xmas

ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଦିନିଆ ଗ୍ରସ୍ତ ଓ ” ଲକ୍ଷ୍ମୀ “ଯୋଜନାର ଶୁଭାରମ୍ଭ ପାଇଁ ମାଲକାନଗିରି ପୌର ପରିଷଦର ସମସ୍ତ ୱାର୍ଡର ୱାର୍ଡ ମେମ୍ବର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ ୧୨ ତାରିଖ ଦିନ ମାଲକାନଗିରି ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମକୁ ନେଇ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ( ବବି ଭାଇ )ଙ୍କ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୁର୍ବତ୍ତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମୀଙ୍କ ସଭାପତିତ୍ୱରେ ମାଲକାନଗିରି ପୋୖର ପରିଷଦ ନଗର ଭବନ ଠାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ହରିଶଙ୍କର ରାଉତ ଜାଗା ମିସିନ ଉପଦେଷ୍ଟା ୧୨ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲକାନଗିରି ଜିଲ୍ଲା ଗ୍ରସ୍ତ ଓ ମାଲକାନଗିରି ଜିଲ୍ଲାରେ ସର୍ବ ପ୍ରଥମେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ପାଇଁ ବ୍ୟାପକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେଥିପ୍ରତି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ପୌର ପରିଷଦର ସଦସ୍ୟ ମାନେ କାର୍ଯ୍ୟକୁ କିପରି ଶୃଙ୍ଖଳିତ ଭାବେ ଦାୟିତ୍ଵ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ‘ଲକ୍ଷ୍ମୀ’ ଯୋଜନାରେ ପଞ୍ଚାୟତରୁ ରାଜଧାନୀକୁ ବସ୍ ସେବା ହେବ ସୁନିଶ୍ଚିତ। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ₹୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ । ଆଜିର ଏହି ପ୍ରସ୍ତୁତି ବୈଠକରେ ପୌର ପରିଷଦ ନିର୍ବାଚିତ ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତିରେ ହୋଇଯାଇଥିଲା । ଏଇ ବୈଠକରେ ମଧ୍ୟରେ ପୌର ନିର୍ବାଚିତ ଜନପ୍ରତିନିଧି ଓ ପୌର ପରିଷଦ ଅଦକ୍ଷ୍ୟ ଶ୍ରୀଯୁକ୍ତ ମନୋଜ ବାରିକ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମୋତି କବିତା ମହାନ୍ତ, ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ଉର୍ଦାନନ୍ଦ ସାହୁ, ନୂତନ ଭାବେ ଚୟନ କରା ଯାଇଥିବା ପୌର ପରିଷଦର ସଭାପତି ପି. ସାହି, ବିଜେଡି ଯୁବ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ନାୟକ, ବିଜେଡି ଯୁବ ସାଧାରଣ ସମ୍ପାଦକ ସୁବ୍ରତ ଦାସ, ବିଜେଡି ଯୁବ ସମ୍ପାଦକ ବସନ୍ତ ନାୟକ, ବିଜେଡି କର୍ମୀ କ. ରାହୁଲ, ଶୁକଦେବ ବିଜେଡି ମହିଳା କର୍ମୀ କଲ୍ୟାଣୀ ଓ ପୌର ପରିଷଦର ବିଜେଡି କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.