xmas

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲା ଜିଲ୍ଲା ବିଜୁ ଜନତା ଦଳ

ମାଲକାନଗିରି, ୧୬।୧୦: ଆଜି ହେଉଛି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ବାର୍ଷିକ । ତେବେ ୭୮ ବର୍ଷରେ ମୁଖ୍ୟମନ୍ତ୍ରୀ ପଦାର୍ପଣ କରିଥିବା ବେଳେ ଏହି ଅବସରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଦରରେ ଥିବା ଡିଏନକେ ଖେଳ ପଡିଆରେ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ନେତୃତ୍ଵରେ ଦଳୀୟ କର୍ମୀ ମାନେ ଉପସ୍ଥିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । ଯଦିଓ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରୁନଥିବା ବେଳେ ଏହାକୁ ଦ୍ରୁଷ୍ଟିରେ ରଖି ଅତି ସାଧାରଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ତ୍ରିପାଠୀ, ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ଯୁବ ସଭାପତି ଆଡମା ରାବା, ବରିଷ୍ଠ ନେତା ବୁନା ରାଓ, ଛାତ୍ର ସଭାପତି ତାପସ ନାୟକ, ଆଇନ ସାମୁଖ୍ୟ ସଭାପତି ଗୋପାଳ ପଣ୍ଡା, ପୌର ପରିଷଦ ସଭାପତି ପି ସାଇ, ସତ୍ୟ ପାଣିଗ୍ରାହୀଙ୍କ ସମେତ ଦଳୀୟ କର୍ମୀ ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ ।

Leave A Reply

Your email address will not be published.