xmas

ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପରଲୋକ

କୃଷ୍ଣପ୍ରସାଦ: ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି।

ଜନତା ଦଳ ଟିକେଟରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅଜୟ। ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।ଅଜୟ ୧୯୪୩ ମସିହା ଜୁଲାଇ ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।

ଅଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ନେତା ଓ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଅଜୟ କୁମାର ଜେନା ୧୯୭୭ ମସିହାରେ ବ୍ରହ୍ମଗିରି ବିଧାନସଭା ଆସନରେ ଜନତା ଦଳରୁ ପ୍ରଥମେ ସପ୍ତମ ଓଡ଼ିଶା ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ ମସିହାରେ ଦ୍ୱିତୀୟ ଥର ପାଇଁ ଦଶମ ଓଡ଼ିଶା ବିଧାନସଭା ସଦସ୍ୟ ଭାବରେ ବ୍ରହ୍ମଗିରି ବିଧାନସଭା ଆସନରୁ ଜନତା ଦଳ ତରଫରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ଏଥର ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ଦିଆଯାଇଥିଲା।

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପାରିକୁଦ ଅଞ୍ଚଳର ଜଣାଶୁଣା ସମାଜସେବୀ, ମିଷ୍ଟଭାଷୀ, ସ୍ନେହୀ, ପରୋପକାରୀ  ଅଜୟ କୁମାର ଜେନାଙ୍କ ଦେହାନ୍ତ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାଜନୀତି ଓ ଜନସେବା କ୍ଷେତ୍ରରେ ସେ ଛାଡ଼ିଯାଇଥିବା ଛାପ ଜନସାଧାରଣଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିବ ବୋଲି ଅଞ୍ଚଳବାସୀ କହିଛନ୍ତି।

Leave A Reply

Your email address will not be published.