xmas

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ଅନୁଷ୍ଠିତ ହେଲା ୱାକାଥନ ଓ ପଥ ଉତ୍ସବ

ମାଲକାନଗିରି, ୨୮/୧୦/୨୩: ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ ନେଇ ୱାକାଥନ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଥ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲପାଳ, ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵିପ ଭିଡ଼ିଓକୁ ଉନ୍ମୋଚନ କରିଥିଲେ। ଭୋଟ ଦେବା ଆମ ସମସ୍ତଙ୍କ ଅଧିକାର ଓ କର୍ତ୍ତବ୍ୟ। ତେଣୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ନାଗରିକ ସଚେତନ ହୋଇ ନିର୍ବାଚନ ପ୍ରକ୍ରିୟା ରେ ସାମିଲ ହୁଅନ୍ତୁ ଓ ଏକ ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ଗଠନରେ ଅଂଶ ଗ୍ରହଣ କରନ୍ତୁ ବୋଲି ଜିଲ୍ଲାପାଳ ଆହ୍ବାନ କରିଛନ୍ତି।ଭିଡ଼ିଓ ଉନ୍ମୋଚନ ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ନୀତେଶ ୱାଧୱାନୀ, ଖଣ୍ଡୀୟ ବନ ଅଧିକାରୀ, ପ୍ରତାପ କଟାପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଓ ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ଃ ଖେମୁଣ୍ଡୁ ସମସ୍ତଙ୍କୁ ସ୍ଵାଗତ ଜଣାଇ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ଗୁରୁତ୍ଵ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ସେହିପରି ସ୍ଥାନୀୟ ବ୍ଳକ୍ ପଡ଼ିଆଠାରେ ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ, ଡଃ ଖେମୁଣ୍ଡୁ, ସିଡ଼ିଏମଓ, ଡ଼ା ପ୍ରଫୁଲ୍ଲ କୁମାର ନନ୍ଦ, ଏସଡିପିଓ, ସଚିନ ପଟେଲଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ମାଝୀ ସବୁଜ ପତାକା ଦେଖାଇ ୱାକାଥାନର ଶୁଭାରମ୍ଭ କରିଥିଲେ। ଏହି ୱାକାଥନ ବ୍ଲକ ପଡିଆ ଠାରୁ ଆରମ୍ଭ ହୋଇ ବାଲିମେଳା ଛକ ପର୍ଯ୍ୟନ୍ତ ହୋଇଥିଲା। ଏହି ବିଶାଳ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ୧୭ ବର୍ଷରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ, ବିଏଲଓ, ଦିବ୍ୟାଙ୍ଗ, କିନ୍ନର, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ଅଂଶଗ୍ରହଣ କରିଥିଲେ। ପଥ ଉତ୍ସବରେ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ବିଷୟବସ୍ତୁ ନେଇ ବିଭିନ୍ନ ସଚେତନତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସ୍ପଟ୍ ଭୋଟର ପଞ୍ଜୀକରଣ ପାଇଁ କିଓସ୍କ, ରଙ୍ଗୋଲି, ମାର୍ଶାଲ ଆର୍ଟ, ସ୍କେଟିଂ ଏବଂ ତୀରନ୍ଦାଜୀ ଅନ୍ୟାନ୍ୟ ପ୍ରମୁଖ ଆକର୍ଷଣ ଥିଲା। ସମସ୍ତ ୧୭ ବର୍ଷରୁ ଉର୍ଦ୍ଧ୍ଵ ଯୁବଗୋଷ୍ଠୀ ଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ ନିମନ୍ତେ ଉତ୍ସାହିତ କରି ନିର୍ବାଚନରେ ଅଂଶଗ୍ରହଣ ମାଧ୍ୟମରେ ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏହି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଭାତୀ ଝଡିଆ, ମାଲକାନଗିରି ପୂର୍ବତନ ତହସିଲଦାର, ସୟଦ ସବୀର ସା ଏବଂ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ।ଏହି ଅବସରରେ ଜିଲ୍ଲା ନିର୍ବାଚନ ବିଭାଗର କର୍ମଚାରୀ ଓ ପଥ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ଶ୍ରେଷ୍ଠ ଦଳଙ୍କୁ ସମ୍ମାନୀତ କରାଯାଇଥିଲା।

Leave A Reply

Your email address will not be published.