xmas

ମାଲକାନଗିରି ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଉ- ନବନିର୍ମାଣ କୃଷକ ସଂଗଠନ, ମାନ୍ ଅଧିକାର ସଂଗଠନ ମାଲକାନଗିରି

ମାଲକାନଗିରି: ନବନିର୍ମାଣ କୃଷକ ସଂଗଠନ, ମାନ୍ ଅଧିକାର ସଂଗଠନ ତରଫରୁ ମାଲକାନଗିରି ବସଷ୍ଟାଣ୍ଡରୁ ଶୋଭାଯାତ୍ରାରେ ଚାଷୀମାନେ ଜିଲ୍ଲା ସଭାପତି ଏରା ପଡ଼ିଆମିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହି ସଭାରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ଓ “ମୋ ଦଳ”ର ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ ଯୋଗଦେଇ ବକ୍ତବ୍ୟରେ କହିଲେ ଚାଷୀ ମାନେ ପିଢ଼ି ପିଢି ଧରି ମାଲକାନଗିରି ଜିଲ୍ଲାରେ ଚାଷ କରିଚାଲିଛନ୍ତି । ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଚାଷୀ ଆତ୍ମହତ୍ୟା କରି ଚାଲିଛି। ଓଡ଼ିଶାର କେବେ ମରୁଡ଼ି, କେବେ ବନ୍ୟା, ବାତ୍ୟାର ଶିକାର ହେଉଛି। ସରକାରୀ ବାବୁମାନଙ୍କର ଦରମା ବଢୁଚି କିନ୍ତୁ ଚାଷୀଙ୍କ ରିଲିଫ କୋଡ଼ ସଂଶୋଧନ ହେଇ ପାରୁନି। ଯାହାଦ୍ବାରା ବର୍ତ୍ତମାନ ସରକାରୀ ଅନୁସାରେ ଜଳସେଚିତ ଜମିର ୧ ହେକ୍ଟର ପାଇଁ ୧୩୫୦୦, ଅଣଜଳସିଚିତ ଜମି ପାଇଁ ୬୫୦୦ ହେକ୍ଟର ପିଛା ଏହା ସମୁଦ୍ରକୁ ଶଙ୍ଖେ ପରି। ଖେତି ଜତେ ଦିଅସେତେ ଦାବିରେ ଦାବି ପତ୍ର। ଦିଲ୍ଲୀ ରାଜ୍ୟରେ ୧ ହେକ୍ଟର ପିଛା ପଚାଶ ହଜାର ଦେଉଛି। ଓଡିଶାରେ ଦେଇହେବନି କାହିଁକି? ପ୍ରଶ୍ନ କରିଥିଲେ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ୭ଟା ଜିନିଷରେ ଭାରତ ବର୍ଷରେ ଏକ ନମ୍ବର। ଜଙ୍ଗଲ, ୪୮୦ କି.ମି ସମୁଦ୍ର ବେଳାଭୂମି ଅଛି କିନ୍ତୁ ଦୃଭାଗ୍ୟ ବେଲ ପାଚିଲେ କାଉର କି ଲାଭ ସେହି ନୀତିରେ ଓଡିଶା ଚାଲିଛି। ରାତି ପାହିଲେ ମାଛ, ଅଣ୍ଡା, କଦଳୀ, ଫୁଲ,ଆଳୁ,ପିଆଜ,ଡାଲି ଇତ୍ୟାଦି ଜାହା ଖାଉଛେ ତାହା ବାହର ରାଜ୍ୟ ଉପରେ ନିର୍ଭର କରିଚାଲିଛେ। କିନ୍ତୁ ନବୀନ ସରକାର କୃଷି କ୍ରମଣ ପୁରସ୍କାର ପାଇବାରେ ବ୍ୟସ୍ଥ। ଭାରତରେ କୃଷକ ୨୭ ନମ୍ବର ସ୍ଥାନରେ ଅଛି ଓଡ଼ିଶା । ତଥାପି ନବିନ ୧ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ କିପରି। ଓଡ଼ିଶାକୁ ମଦ ମୁକ୍ତ କରାଯାଉ। ଆଦିବାସୀ ଜିଲ୍ଲା ହିସାବରେ ପ୍ରତିବର୍ଷ ଦାଦନର ସୁଅ ଛୁଟୁଛି। ଚଳିତ ବର୍ଷ ଯଦି ମରୁଡ଼ି ଜିଲ୍ଲା ଭାବରେ ଘୋଷିତ ନକରନ୍ତି ରାଜ ରାସ୍ତା ଠାରୁ ବିଧାନ ସଭାରେ ୨୦୨୪ ଭୋଟ ବାକ୍ସରେ ଚାଷୀର ସରକାର ଦେଖିବ। ଆମର ଦରକାର ଚାଷୀ ସରକାର ସ୍ଲୋଗାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ମଣ୍ଡଳ, ଜୟଦେବ ବାଛାଡ, ବୃଦ୍ରା କାର୍ତାମି ତାଙ୍କ ବକ୍ତବ୍ୟରେ କହିଲେ ୧୧ ଦଫା ଦାବି ପ୍ରମୁଖ ଭାବରେ, ଜିଲ୍ଲା କୁ ମରୁଡ଼ିଅଞ୍ଚଳ ଘୋଷଣା କରାଯାଉ, ଧାନ ମଣ୍ଡିରେ କୁଣ୍ଟାଲ ୩୬୦୦ ଓ ଚାଷୀ ସୁରକ୍ଷା ଭତ୍ତା ପ୍ରତି ପରିବାର ମାସକୁ ୫୦୦୦, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଚଳିତ ବର୍ଷ ମରୁଡ଼ି ହୋଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ଫିସ୍ ଛାଡ କରାଯାଉ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ତିଆରି କରି ଜିଲ୍ଲାକୁ ଦାଦନ ମୁକ୍ତ କରାଯାଉ। ଜିଲ୍ଲାର ସମସ୍ତ ଜମିକୁ ଜଳ ସେଚନ କରାଜାଉ। ଅନ୍ୟମାନଙ୍କ ମଧ୍ୟରେ ଜଗା ମାଡକାମି ,ମୁକା ପଡିଆମି, ଶିତାରାମ ଦୁବା, ମୁକା ମାଡକାମି, ସରପଞ୍ଚ ଇନ୍ଦ୍ରଜିତି ପଡିଆମି, ସରପଞ୍ଚ ଲଛମନ ମାଡକାମି, ନନ୍ଦକୁମାର ଆଜମରା, ମଦନ ହନ୍ତାଲ, ଦେବାନନ୍ଦ ମାଡକାମି, ସୁକାନ୍ତ ମାଡକାମି, ଭୀମସେନ ମାଡକାମି, ସମା ମାଡକାମି, ଗେନ ମୁଦୁଲି ,ସଂଜୟ ମଣ୍ଡଳ, ପ୍ରଭୁତି ସତାଧିକ ଚାଷୀ ବିକ୍ଷୋଭରେ ଯୋଗ ଦେଇଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।

Leave A Reply

Your email address will not be published.