xmas

ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ମନୋରଞ୍ଜନ ମିଶ୍ର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଲା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ମନୋରଞ୍ଜନ ମିଶ୍ର। ନଭେମ୍ବର ୧ରୁ ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବା ପୂର୍ବରୁ ସେ ନିୟାମକ ବିଭାଗରେ ମୁଖ୍ୟ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଏବେ ମନୋରଞ୍ଜନ ମିଶ୍ର ତିନୋଟି ବିଭାଗର ଦାୟିତ୍ବ ନେବେ। ସେଗୁଡିକ ହେଲା ପ୍ରବର୍ତ୍ତନ ବିଭାଗ, ବିପଦ ନିରୀକ୍ଷଣ ବିଭାଗ ଓ ବାହ୍ୟ ନିବେଶ ଏବଂ କାର୍ଯ୍ୟ ପରିଚାଳନା। ମିଳିଥିବା ସୂଚନା ମୁତାବକ, ରିଜର୍ଭ ବ୍ୟାଙ୍କରେ ମନୋରଞ୍ଜନ ମିଶ୍ରଙ୍କର ତିନି ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। ସେ ବ୍ୟାଙ୍କ ଏବଂ ଏନବିଏଫସି ନିୟନ୍ତ୍ରଣ, ବ୍ୟାଙ୍କର ତଦାରଖ ଏବଂ ମୁଦ୍ରା ପରିଚାଳନା କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ ସେ ଅର୍ଥନୀତିରେ ସ୍ନାତକୋତ୍ତର  କରିବା ସହ ଏମବିଏ (ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ) କରିଛନ୍ତି। ଏହା ସହ ସେ ବ୍ରିଟେନର ଅଷ୍ଟନ ବିଜନେସ୍ ସ୍କୁଲ୍‌ରୁ ଫାଇନାନ୍ସ ଏବଂ ଫାଇନାନ୍ସ ରେଗୁଲେସନ୍‌ରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି।

Leave A Reply

Your email address will not be published.