xmas

ଆମ ଓଡିଶା ନବୀନ ଓଡ଼ିଶା ଯୋଜନାର ଆସନ୍ତାକାଲି ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଶେଷ

ମାଲକାନଗିରି: ଆସନ୍ତାକାଲି ୦୪/୧୧/୨୦୨୩ ତାରିଖ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମଧ୍ୟମରେ ଜ଼ିଲ୍ଲାରେ ଶୁଭ ଆରମ୍ଭ କରିବାକୁ ଥିବା ବେଳେ ଆଜି ମାଲକାନଗିରି ବିଡିଓ ପ୍ରଭାତୀ ଝଡିଆଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଥିବା ବେଳେ ମାଲକାନଗିରି ସଦର ମହକୁମା ସ୍ଥିତ ଡି.ଏନ.କେ.ଖେଳ ପଡ଼ିଆ ଠାରେ ଏହି କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡ଼କାମି ଆୟୋଜନ ସ୍ଥାନରେ ପହଞ୍ଚି ପ୍ରସ୍ତୁତି ସଂପର୍କରେ ବିଡିଓଙ୍କ ସହ ଆଲୋଚନା କରିଥିଲେ । ବ୍ଲକର ପ୍ରତେକ ପଞ୍ଚାୟତ, ଗ୍ରାମରୁ ଲୋକଙ୍କ ଯାତାୟତ ଓ ଅନ୍ୟାନ୍ୟ ବ୍ୟବସ୍ଥା କିପରି କରାଯିବ ସେ ନେଇ ମାଲକାନଗିରି ବିଡିଓ ପ୍ରଭାତି ଝଡ଼ିଆଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଗୌରି ପଡିଆମି ଓ ଅନ୍ୟାନ୍ୟ ବ୍ଲକ ଅଧିକାରି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.