xmas

ମାଲକାନଗିରିରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମା ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଉପହାର

ମାଲକାନଗିରି, ୦୪/୧୧: ମାଲକାନଗିରି ଜିଲ୍ଲା ସଦରମହକୁମା ଡିଏନକେ ଖେଳ ପଡିଆ ଠାରେ ଶନିବାର ଦିନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। “ଆମ ଓଡିଶା, ନୂତନ ଓଡିଶା” କାର୍ଯ୍ୟକ୍ରମ ଅଧୀନରେ ମାଲକାନଗିରି ଜିଲ୍ଲାରେ ୫୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୧ ହଜାର ୪ଶହ ୩୦ଟି ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ବିଭିନ୍ନ ବ୍ଲକ ସହିତ ସମସ୍ତ ପଞ୍ଚାୟତ ଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ। ବିଶେଷ କରି ସମସ୍ତ ପଞ୍ଚାୟତ ଗୁଡ଼ିକରେ ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ରାସ୍ତା, ବ୍ରିଜ, କଲେଜ୍ ମନ୍ଦିରର ଉନ୍ନତୀକରଣ ପାଇଁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି। ଜିଲ୍ଲାର ୭ ଗୋଟି ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ମଧ୍ୟ ଭର୍ଚୁଆଲ୍ କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂ ମାଲକାନଗିରି ସହିତ ସମସ୍ତ ବ୍ଲକର ବିଡିଓ ଉପସ୍ଥିତ ରହିଥିଲେ। ମାଲକାନଗିରି ଠାରେ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ଚନ୍ଦ୍ର ମାଝୀ, ଇଶ୍ଵର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ବ୍ଲକ୍ ଅଧକ୍ଷା ଗୌରୀ ପଡ଼ିଆମି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ସହ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡ଼ିଆ ସହିତ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ। ଏହାଦ୍ୱାରା ଜିଲ୍ଲାରେ ମୌଳିକ ଭିତ୍ତିଭୂମି ବିକାଶ ଏବଂ ଆଦିବାସୀ ସଂସ୍କୃତିର ବିକାଶ ହେବ
ଏହା ବିକାଶର ଶିଖରକୁ ନେଇଯିବ । ‘ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମରେ ପରିବର୍ତ୍ତନର ପ୍ରକୃତ କେନ୍ଦ୍ର ହେବ ବୋଲି ସେ କହିଛନ୍ତି । ଏପରିକି ଗାଁର ଲୋକମାନେ ନୂଆ ଓଡ଼ିଶାର ପରିଚୟ ସୃଷ୍ଟି କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଦୃଢ଼ ସାଂସ୍କୃତିକ ଭିତ୍ତିଭୂମିରୁ ନୂତନ ଓଡ଼ିଶା ଏହାର ଡେଣା ବିସ୍ତାର କରିବ ଏବଂ ଆଧୁନିକ ବୈଜ୍ଞାନିକ ଜ୍ଞାନର ବ୍ୟାପକତାକୁ ଛୁଇଁବା ପାଇଁ ନୂତନ ଉଚ୍ଚତାରେ ପହଞ୍ଚିବ ଏବଂ ଆମେ ନୂତନ ଓଡ଼ିଶା, ନବ ଓଡ଼ିଶା ନିର୍ମାଣ କରିବୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ପରିଚୟ ସହିତ ରାଜ୍ୟର ପ୍ରତ୍ୟେକ ଗାଁର ବିକାଶ ପଥ ନବୀନ ଜାରି ରଖିବେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭର୍ଚୁଆଲ୍ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ଥିବା ୭ଗୋଟି ବ୍ଲକ ଯଥା ମାଲକାନଗିରି, କାଲିମେଳା, ପଡ଼ିଆ, ଚିତ୍ରକୋଣ୍ଡା, କୋରୁକୋଣ୍ଡା, ମାଥିଲି,ଖଇରପୁଟରୁ ବହୁ ସଂଖ୍ୟାରେ ମହିଳା ଜନସମାଗମ ହୋଇଥିଲା। ‘ଆମ୍ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଆମର ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏଥିସହିତ ୫-ଟି ତଥା ନୂତନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ କହିଛନ୍ତି, ସମସ୍ତ ଗାଁର ବିକାଶ ଆମର ଲକ୍ଷ୍ୟ ଗାଁର ସମସ୍ତଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି । ଗାଁର ସମସ୍ତଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁନିଶ୍ଚିତ କରାଯିବ। ସଂସ୍କୃତିର ସୁରକ୍ଷା ହେବ ଏବଂ ଗ୍ରାମଗୁଡିକରେ ଆଧୁନିକତା ବିକାଶ ହେବ। ଏକ ବିକଶିତ ଗ୍ରାମ ଆଧୁନିକ ଓଡିଶାର ପରିଚୟ ହେବ। ଓଡ଼ିଶା ହେଉଛି ଜଗତର ଜଗନ୍ନାଥ ପ୍ରେମ, ଶାନ୍ତି, ସମାନତା ଏବଂ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପ୍ରତ୍ୟେକ ଗ୍ରାମରେ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବା, ପ୍ରତ୍ୟେକ ପୂଜା ସ୍ଥାନ ବିକଶିତ ହେବ । ହେରିଟେଜ୍ ସ୍ଥାନଗୁଡିକ ସଂରକ୍ଷିତ ରହିବ। ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି କହିଥିଲେ ଯେ ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନ୍ ଅଂଶଗ୍ରହଣ କରି କହିଛନ୍ତି ଯେ ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ତମ କାର୍ଯ୍ୟକାଳ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାରେ ପରିବର୍ତ୍ତନର ଯୁଗ ଆରମ୍ଭ କରିବା ସହିତ ମା ମାନଙ୍କୁ ୫-ଟି ସୁନ୍ଦର ଉପହାର ଦେଉଛନ୍ତି। ୫ ଟଙ୍କା ପାଇଁ ଆହାର ଯୋଜନା ଖାଦ୍ୟ, ମମତା ଯୋଜନା ଅନ୍ତର୍ଗତ ଗର୍ଭବତୀ ମା ମାନଙ୍କୁ ୫ ହଜାର ଟଙ୍କା ସହାୟତା, ଲକ୍ଷ୍ମୀ ବସ୍ ଯୋଜନା ଅଧୀନରେ ମା’ଙ୍କ ପାଇଁ ୫ ଟଙ୍କାରେ ବସ୍ ଯାତ୍ରା ସୁବିଧା, ମିଶନ୍ ଶକ୍ତି ଅଧୀନରେ ଥିବା ମା’ମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ରୂଣ ଏବଂ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ମା ମାନଙ୍କ ପାଇଁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ଯୋଜନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୬ ହଜାରରୁ ଊର୍ଦ୍ଧ୍ବ ସଂଖ୍ୟାରେ ମହିଳା ଗୋଷ୍ଠୀ ଓ ପୁରୁଷ ଉପସ୍ଥିତ ରହିଥିଲେ। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ମାଲକାନଗିରି ବ୍ଲକ ପାଇଁ ୨୦୬ ଗୋଟି ପ୍ରକଳ୍ପ ପାଇଁ ୯ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ମାଲକାନଗିରି ବିଡିଓ ପ୍ରଭାତୀ ଝଡ଼ିଆଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୯ଟି ପଞ୍ଚାୟତ ରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଟି, ଜନ ପ୍ରତିନିଧି, ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଲକ୍ କର୍ମଚାରୀ, ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳତା କରାଇଥିଲେ। ଏହି ପ୍ରକଳ୍ପ ଗୁଡ଼ିକ ଆଗାମୀ ୫ ମାସ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.