xmas

ଜିଲ୍ଲା ଅଦାଲତରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ମାଲକାନଗିରି, ୪।୧୧: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲା ଜର୍ଜ ଅଯନ୍ତା ଷଡ଼ଙ୍ଗୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଚାରପତି, ସମସ୍ତ ଅଦାଲତ ର କର୍ମଚାରୀ ବୃନ୍ଦ, ଆଇନସେବା ପ୍ରାଧିକାରଣ ର ସମସ୍ତ କର୍ମଚାରୀ, କୋର୍ଟ ସିଏସଆଇର କର୍ମଚାରୀ, ସମସ୍ତ ଓକିଲ ବୃନ୍ଦ ଯୋଗଦାନ କରିଥିଲେ। ଏଜି ଅବସରରେ ଜିଲ୍ଲା ବିଚାରପତି ଶ୍ରୀମତୀ ଷଡ଼ଙ୍ଗୀ ସମସ୍ତ ବିଚାରପତି, ଆଇନଜୀବୀ ଓ କର୍ମଚାରୀ ମାନଙ୍କୁ ଦୁର୍ନୀତି ଠାରୁ ଦୂରେଇ ରହି ସଚ୍ଚୋଟ ଭାବେ ସେବାକରି ଏକ ସମ୍ବଳ ରାଷ୍ଟ୍ର ଗଠନରେ ସହାୟତା ହେବା ପାଇଁ ଶପଥ ପାଠ କରିଥିଲେ।

Leave A Reply

Your email address will not be published.