xmas

ମାଲକାନଗିରି ବିଡିଓଙ୍କ ଅଚାନକ ଆହାର କେନ୍ଦ୍ର ଗସ୍ତ, ଖାଦ୍ୟର ମାନ ଓ ସ୍ଥିତି ପରଖିଲେ

ମାଲକାନଗିରି: ମାଲକାନଗିରି ବିଡିଓ ତଥା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆ ଅଚାନକ ମାଲକାନଗିରି ସଦର ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ର ଗସ୍ତ କରିଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧା ଯାଇଥିବା ଖାଦ୍ୟର ମାନ, ସ୍ଥିତିକୁ ପରଖିଥିଲେ । ଆହାର କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନ, ଉନ୍ନତମାନର ଖାଦ୍ୟ ପ୍ରଦାନ ପାଇଁ ବିଡିଓ ଗୁରୁତ୍ୱାରୋପ କରିଥିଲେ । ଆହାର କେନ୍ଦ୍ର ପରିଚାଳନା କେନ୍ଦ୍ର ଦାୟିତ୍ଵରେ ଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ପରେ ରାଜ୍ୟ ସରକାରଙ୍କ ଆହାର ଯୋଜନାର ସଫଳ ରୂପାୟନ ସଂପର୍କରେ ଆହାର କେନ୍ଦ୍ରରେ ଉପସ୍ଥିତ ଥିବା ସାଧାରଣ ଜନତା ତଥା ହିତାଧିକାରୀଙ୍କୁ ଯୋଜନା ସଂପର୍କରେ କିପରି ଲାଭ ଉଠାଇପାରିବେ ବିଡିଓ ଅବଗତ କରାଇଥିଲେ। ମାଲକାନଗିରି ବିଡିଓ ସୁଶ୍ରୀ ଝଡ଼ିଆଙ୍କ ସହ ମାଥିଲି ବିଡିଓ ହୃଷୀକେଶ ଗଣ୍ଡ, କୋରକଣ୍ଡା ବିଡିଓ ଶିବ ପ୍ରସାଦ ପଟ୍ଟନାୟକ, କାଲିମେଳା ବିଡିଓ ପ୍ରଦୀପ କୁମାର କର ମଧ୍ୟ ଆହାର କେନ୍ଦ୍ର ଗସ୍ତ ସମୟରେ ଉପସ୍ଥିତ ରହିଥିଲେ । ଆହାର କେନ୍ଦ୍ରରେ ସାଧାରଣ ହିତାଧିକାରୀଙ୍କ ପରି ଏହି ପ୍ରଶାସନିକ ଅଧିକାରୀ ମାନେ ହାତରେ ଥାଳି ଧରି ଧାଡ଼ିରେ ଛିଡ଼ା ହୋଇ ଖାଦ୍ୟ ଧରି ସାଧାରଣ ଜନତା ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ଚାରି ପ୍ରଶାସନିକ ଅଧିକାରୀଙ୍କ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇବା ଏବଂ ଜନତାଙ୍କ ସହ ନିବିଡ ସମ୍ପର୍କର ସେତୁ ବନ୍ଧିବାରେ ସୁଦୃଢ଼ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହି ଗସ୍ତ ସମୟରେ ପୌର ପରିଷଦ କାର୍ଯ୍ୟାଳୟର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସୁଶ୍ରୀ ଝଡ଼ିଆ ମହିଳା ସ୍ଵଂୟ ସହାୟକ ଗୋଷ୍ଟି, ମହିଳା, ଓ ମା ମାନେ କିପରି ସଶକ୍ତିକରଣ, ସ୍ବାବଲମ୍ବୀ ହେବେ ସେ ସଂପର୍କରେ ମହିଳା ସ୍ଵଂୟ ସହାୟକ ଗୋଷ୍ଟିଙ୍କୁ ବୁଝାଇଥିଲେ ।

Leave A Reply

Your email address will not be published.