xmas

ଜନପ୍ରତିନିଧିଙ୍କୁ ପ୍ରଶାସନର ଅଣଦେଖା ଅଭିଯୋଗରେ ବ୍ଲକ କାର୍ଯ୍ୟାଳୟରେ ଠୁଙ୍କିଲେ ତାଲା: ଅଭିଯୋଗକୁ ବିଡିଓଙ୍କ ଖଣ୍ଡନ

ମାଲକାନଗିରି: ସଦର ବ୍ଲକ କାର୍ଯ୍ୟାଳୟକୁ ବ୍ଲକର ନିର୍ବାଚିତ ଜନପ୍ରତିନିଧି ମାନେ ଘେରାଉ କରିବା ସହ କାର୍ଯ୍ୟାଳୟରେ ତାଲା ଠୁଙ୍କିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ବ୍ଲକରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନାରେ ଜନପ୍ରତିନିଧିଙ୍କ ମତାମତ ନନେବା ଓ ସାମିଲ ନ କରାଇବା ଘଟଣାରେ ଆସୋନ୍ତୋଷ ଜାହିର କରି ବ୍ଲକ କାର୍ଯ୍ୟାଳୟରେ ମାଲକାନଗିରି ବ୍ଲକ ଉପାଧକ୍ଷ ନିରଞ୍ଜନ ହାଲଦରଙ୍କ ନେତୃତ୍ୱରେ ୯ ଜଣ ସମିତି ସଭ୍ୟ ଓ ସଭ୍ୟା ସକାଳେ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟକୁ ତାଲା ଠୁଙ୍କିଥିଲେ । ଜନପ୍ରତିନିଧିଙ୍କ ଗୁରୁତର ଅଭିଯୋଗ ହେଲା ନୂତନ ଭାବରେ ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡ଼ିଶା ଯୋଜନାରେ ଅନୁମୋଦନ ହୋଇଥିବା ପ୍ରକଳ୍ପ ଗୁଡ଼ିକ ପଞ୍ଚାୟତରେ ପଲ୍ଲୀ ସଭା କିମ୍ବା ଗ୍ରାମ ସଭା ନ କରି ମନମୁତାବକ ଭାବରେ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରି କରାଯାଉଛି । ଏପରି ସ୍ଥଳେ ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉଛି ବୋଲି ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ତାଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ତାଲା ଖୋଲା ଯାଇଥିଲା ତେବେ ଜନପ୍ରତିନିଧିଙ୍କ ଏପରି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ମାଲକାନଗିରି ବିଡିଓ ସୁଶ୍ରୀ ପ୍ରଭାତୀ ଝଡ଼ିଆ । ଜନପ୍ରତିନିଧିଙ୍କ ଏପରି ପ୍ରତିବାଦ ସମ୍ପୂର୍ଣ ଭୁଲ ଏବଂ ପ୍ରତିବାଦ କରିବା ପାଇଁ ପୂର୍ବରୁ କୌଣସି ସୂଚନା ଦେଇନାହାନ୍ତି । ମାଲକାନଗିରି ବ୍ଲକର ସମସ୍ତ ପଞ୍ଚାୟତ ରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟ କରାଯାଉଛି। ସମସ୍ତ ସମସ୍ୟାର ସମାଧାନ ତୁରନ୍ତ କରାଯାଉଛି। ଜନପ୍ରତିନିଧିଙ୍କ ଦ୍ଵାରା କୌଣସି ସମସ୍ୟା ଅଥବା ଅଭିଯୋଗ ଆସିଲେ ତାହାର ମଧ୍ୟ ତଦନ୍ତ କରାଯାଇ ସମାଧାନ କରାଯାଉଛି ବୋଲି ବିଡିଓ ସୁଶ୍ରୀ ଝଡ଼ିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.