xmas

ପୂର୍ବତନ ପ୍ରଧ୍ୟାପକଙ୍କ ବିୟୋଗରେ ଶୋକସଭା

ମାଲକାନାଗିରି ତା. ୧୩/୧୧/୨୦୨୩: ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପକ ଶିବାନନ୍ଦ ବେଉରାଙ୍କର ଗତକାଲି ରାତ୍ର ୦୯:୦୦ ଘଣ୍ଟା ସମୟରେ ଭୁବନେଶ୍ୱର ସ୍ତିତ କ୍ୟାପିଟାଲ ହସ୍ପିଟାଲଠାରେ ହୃଦ୍ଘlତରେ ମୃତ୍ୟୁବରଣ କରିଛନ୍ତି l ସେ ବର୍ତ୍ତମାନ ମହର୍ଷି ମହାବିଦ୍ୟାଳୟ , ଭୁବନେଶ୍ୱରରେ କାର୍ଯ୍ୟରତ ଥିଲେ l ଏହି ଦୁଃଖଦ ଖବର ପାଇଲା ପରେ ମାଲକାନାଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ , ଛାତ୍ର ଛାତ୍ରୀ ପ୍ରାୟତଃ ୪୦୦ ରୁ ଉର୍ଦ୍ଧ ଉପସ୍ଥିତ ରହି ସ୍ୱର୍ଗତ ବେଉରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ l ସ୍ୱର୍ଗତ ବେଉରା ଜଣେ ଛାତ୍ର ଵତ୍ସଳ , ଆଦର୍ଶ ଅଧ୍ୟାପକ , ମେଳାପି ଓ ଭଦ୍ର ବ୍ୟବହାର ଲାଗି ମାଲକାନଗିରି ଅଭିଭାବକ ମହଲରେ ସୁପରିଚିତ ଥିଲେ l ସେ ଜଣେ ପରୋପକାରୀ ସହ ଜଣେ ଆଧ୍ୟାତ୍ମିକ ଚିନ୍ତାରେ ନିଜକୁ ବ୍ରତୀ ରଖିଥିଲେ l ଏହି ଅବସରରେ ଭଗବାନଙ୍କର ନିକଟତର ହେବା ପାଇଁ ୦୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା l ତାଙ୍କର ବିୟୋଗ କୌଣସି ଶିକ୍ଷାନୁଷ୍ଠାନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇ ଅଛି l

Leave A Reply

Your email address will not be published.