xmas

ମାଲକାନଗିରି ବିଡିଓଙ୍କ ସହରାଞ୍ଚଳ ବାସହିନ ଆଶ୍ରୟ ସ୍ଥଳ ପରିଦର୍ଶନ

ଆଶ୍ରୟ ସ୍ଥଳର ସମସ୍ତ ସାମଗ୍ରୀ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ
ମାଲକାନଗିରି: ମାଲକାନଗିରି ପୌର ପରିଷଦ ଅଧିନସ୍ଥ ବସଷ୍ଟାଣ୍ଡ ନିକଟରେ ଥିବା ସହରାଞ୍ଚଳ ବାସହିନ ଆଶ୍ରୟ ସ୍ଥଳକୁ ମାଲକାନଗିରି ବିଡିଓ ତଥା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡିଆ ସନ୍ଧ୍ୟାରେ ଅଚାନକ ସେଠାରେ ପହଞ୍ଚିଥିଲେ । ଆଶ୍ରୟ ସ୍ଥଳର ବିଭିନ୍ନ ସମସ୍ୟା ସଂପର୍କରେ ସେଲ୍ଟର କୋଡ଼ିନେଟର କୁଞ୍ଜ ବିହାରୀ ନିଆଲଙ୍କୁ ପଚାରି ବୁଝିଥିଲେ । ସେହିଦିନ ୯ ଜଣ ବାସହିନ ଆଶ୍ରୟ ସ୍ଥଳରେ ଆଶ୍ରୟ ନେଉଥିଲେ। ସେଥି ମଧ୍ୟରୁ ଜଣେ କନିକା ମଣ୍ଡଳ ନାମକ ଭିନ୍ନକ୍ଷମ ନେତ୍ର ହିନ ମହିଳାଙ୍କୁ ଭେଟି ସରକାରଙ୍କ ସମସ୍ତ ମୌଳିକ ସୁବିଧା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ପରେ ଆଶ୍ରୟ ସ୍ଥଳ ଆବଶ୍ୟକୀୟ ସାମଗ୍ରୀ ପାନୀୟ ଜଳ, ଲାଇଟ୍, ଫ୍ୟାନ, ଖଟ, ଶୌଚାଳୟ, ମଶାରୀ, ଗଦି,କମ୍ବୋଳ ସମସ୍ତ ସାମଗ୍ରୀ ଆଶ୍ରୟ ସ୍ଥଳକୁ ଯୋଗାଇ ଦେବା ପାଇଁ ପୌର ପରିଷଦ ମିଶନ ମ୍ୟାନେଜର ଜଗନ୍ନାଥ ଖେମୁଣ୍ଡୂଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାସହିନ ମା, ଭଉଣି ମାନେ ଆଶ୍ରୟ ସ୍ଥଳରେ ରହୁଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପେଟ୍ରୋଲିଂଗର ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ମିଶନ ମ୍ୟାନେଜରକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.