xmas

ରାଜ୍ୟସ୍ତରୀୟ ଆଥଲେଟିକ ଚାମ୍ପିଅନସିପ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲା ଛାତ୍ରଛାତ୍ରୀଙ୍କ କୃତିତ୍ୱ: ତିନୋଟି ଗୋଲ୍ଡ ସହ ୧୧ଟି ପଦକ ହାସଲ

ମାଲକାନଗିରି: ଚଳିତ ମାସ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସୁଦୂର ସୁନ୍ଦରଗଡ଼ ଠାରେ ରାଜ୍ୟ ସ୍ତରୀୟ ଆଥଲେଟିକ ଚାମ୍ପିଅନସିପ ଆୟୋଜିତ ହୋଇଥିଲା। ମାଲକାନଗିରିରୁ ୧୧ ଜଣ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ଖେଳରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ଏଥିରେ ଜଗନ୍ନାଥପାଲି ହାଇସ୍କୁଲର ମୁରଲିଧର ଦୁରୁଆ ହର୍ଡସ୍ଲ ଦୌଡ଼ ଓ ହାଇ ଜମ୍ପରେ ପ୍ରଥମ ସ୍ଥାନ, ବାଲିମେଳା ହାଇସ୍କୁଲର ମୋସେ ଖରା ସଟପୁଟ ଫିଙ୍ଗାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୩ଟି ଗୋଲ୍ଡ, ୨ଟି ସିଲଭର, ୬ଟି ବ୍ରୋଞ୍ଚ ମେଡାଲ ସହ ମୋଟ ୧୧ଟି ମେଡାଲ ଅକ୍ତିଆର କରିଛନ୍ତି। ରାଜ୍ୟସ୍ତରୀୟ ଆଥଲେଟିକ ଚାମ୍ପିଅନସିପରେ କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ଶୁଭେଚ୍ଛା ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖେଳକୁଦ ପାଇଁ ରାଜ୍ୟରେ ପ୍ରୋତ୍ସାହନ ଜାରି ରଖିଥିବାରୁ ଛାତ୍ରଛାତ୍ରୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଆଗକୁ ମଧ୍ୟ ଖେଳ ପ୍ରତିଯୋଗିତା ଭାଗ ନେଇ ଜିଲ୍ଲା ଓ ରାଜ୍ୟର ନା ରଖିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.