xmas

ଆମ ଓଡିଶା ନବୀନ ଓଡ଼ିଶା ଯୋଜନାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣର ଶୁଭ ଉଦଘାଟନ କଲେ ପୂର୍ବତନ ବିଧାୟକ

ମାଲକାନଗିରି: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଗ୍ରାମ୍ୟ ବିକାଶରେ ନୂଆ ଅଧ୍ୟାୟ ଯୋଡିଛି। ଏହି ଯୋଜନା ଅଧୀନ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଜରିଆରେ ପ୍ରତିଟି ଗ୍ରାମାଞ୍ଚଳ ଲୋକଙ୍କ ଜୀବନରେ ରୂପାନ୍ତରଣ ଆସିବ। ପ୍ରତିଟି ବିକଶିତ ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କରିଥିବା ବେଳେ ଚଳିତ ମାସ ଲକ୍ଷ୍ମୀ ଯୋଜନାରେ ସମସ୍ତ ଗ୍ରାମକୁ ଲକ୍ଷ୍ମୀ ବସ ଚଳାଚଳ କରିବା ଓ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ମାଧ୍ୟମରେ ଖେଳ, ରାସ୍ତା ଘାଟ, ବିଦ୍ୟାଳୟର ଉନ୍ନତିକରଣ, ଡିଜିଟାଲ ଭିତିଭୂମିର ଉନ୍ନତିକରଣ, ଜଗନ୍ନାଥ ସଂସ୍କୃତିର ଉନ୍ନତିକରଣ ଓ ପ୍ରଚାର, ପ୍ରସାର ଭଳି ବିଭିନ୍ନ ଉନ୍ନତିକରଣ ଯୋଜନା କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକର କରୁକୋଣ୍ଡା ଗ୍ରାମରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ଏକ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ମାଲକାନଗିରି ଜିଲ୍ଲା ଜନପ୍ରିୟ ନେତା, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ମାନସ ମାଡକାମି ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି। ଏଥିରେ କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି, କରୁକୋଣ୍ଡା ବ୍ଲକ ସଭାପତି ସତ୍ୟ ପାଣିଗ୍ରାହୀ, କରୁକୋଣ୍ଡା ବିଡ଼ିଓ ଶିବପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସହ ଜ଼ିଲ୍ଲା ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ଜ଼ିଲ୍ଲା ଆଇନ୍ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ଯୁଗ୍ମ ସମ୍ପାଦକ ଉମା ସଙ୍କର ସାହୁ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧରୀ, କିଶୋର ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ |

Leave A Reply

Your email address will not be published.