xmas

ଗାଁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, ତାରିଖ ୧୫.୧୧.୨୩: ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖା ତରଫରୁ କୋରକୁଣ୍ଡା ବ୍ଳକ୍ ଅନ୍ତର୍ଗତ ବୁଦୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାଁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖାର ସଭାପତ ତଥା ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ଵାଇଁ ଅଧ୍ୟକ୍ଷତା କରିଥିବା ବେଳେ ଡାକ୍ତର ଧନେଶ୍ଵର ମହାପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମୁଖ୍ୟ ଅତିଥି, ଇଞ୍ଜିନିୟର ଜ୍ଞାନରଞ୍ଜନ ଦାସ, ଅଧ୍ୟକ୍ଷ ମାଲକାନଗିରି ବହୁବୃତ୍ତି ବୈଷୟିକ ଅନୁଷ୍ଠାନ ମୁଖ୍ୟବକ୍ତା, ଡାକ୍ତର ଦୁର୍ଗାପ୍ରସାଦ ରାଜ୍, ଏପିଲୋଜିଷ୍ଟ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୁଦୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ବେହେରା ସ୍ଵାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଛାତ୍ରୀ ଛାତ୍ର, ଗ୍ରାମବାସୀ, ମହିଳା, ସ୍ଵୟ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପରିବେଶର ସୁରକ୍ଷା ଓ ରୋଜଗାରକ୍ଷମ ହେବା ପାଇଁ କୁଶଳୀ ଶ୍ରମିକଙ୍କ ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ମଞ୍ଚାସୀନ ଅତିଥିମାନେ ଗ୍ରାମବାସୀମାନଙ୍କର ଜିଜ୍ଞାସର ସନ୍ତୋଷଜନକ ଉତ୍ତର ଦେବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ସ୍ଵତାର ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ସ୍ନେହଲତା ନାଗ, ଦିପ୍ତିଭୋଇ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଳରାମ ଗୌଡ଼ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।

Leave A Reply

Your email address will not be published.