ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦଘାଟିତ ହୋଇଯାଇଛି । ଏହାକୁ ମାଲକାନଗିରି ବ୍ଲକ ବିଡ଼ିଓ ସୁଶ୍ରୀ ପ୍ରଭାତୀ ଝଡ଼ିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏଲ. ଡି. ଏମ ନରସିଂହ ପାଢ଼ୀ, ଓଡ଼ିଶା ଜୀବନ ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପବିତ୍ର ମୋହନ ବାରା, ସରପଞ୍ଚ ପାଣ୍ଡୁରୀ ପଡ଼ିଆମୀଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ବିଭିନ୍ନ ଷ୍ଟଲରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ବଳ।, ପିଏମ ଜନଧନ ଯୋଜନା, ପିଏମ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତା, ବିଧବା ଭତା, ମନରେଗା, ସ୍ୱଚ୍ଛ ଭାରତ ମିଶନ ସମେତ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଉଜ୍ଜ୍ବଳ। ଯୋଜନା ଅଧୀନରେ ୮୦ରୁ ଉର୍ଦ୍ଧ ହିତାଧିକାରୀଙ୍କ ଆବେଦନ ଗ୍ରହଣ କରାଯାଇ ୫ ଜଣଙ୍କୁ ଗ୍ୟାସ ପ୍ରଦାନ କରାଯାଇଥିଲା । ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ମିଳିଥିବାରୁ ଖୁସି ପ୍ରକଟ କଟିଥିଲେ । ଏ ଅବସରରେ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା।
