xmas

ମୁକ୍ତା ଯୋଜନା ଅନ୍ତର୍ଗତ ଖୋଲା ସ୍ଥାନ ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦଘାଟନ

ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ବେଳେ ବିକାଶ ଧାରାରେ ଆଗକୁ ବଢୁଛି ମାଲକାନଗିରି ପୋୖର ପରିଷଦ । ଆଜି ମାଲକାନଗିରି ପୋୖର ପରିଷଦର ୧୮ ନମ୍ବର ୱାର୍ଡରେ ଅଟକଳ ମୂଲ୍ୟ- ୧୪.୯୨ ଲକ୍ଷ ଟଙ୍କା ବ୍ୟୟରେ ଖୋଲା ସ୍ଥାନ ଉନ୍ନତିକର କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି ମାଲକାନଗିରି ପୋୖର ଅଧ୍ୟକ୍ଷ ମନୋଜ କୁମାର ବାରିକ । ଏଥିରେ ନୂତନ ଭାବେ କାର୍ଯ୍ୟଭାର ନେଇଥିବା ମାଲକାନଗିରି ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୋୖର ଉପାଧ୍ୟକ୍ଷା କବିତା ମହନ୍ତ, ୧୮ ନମ୍ବର ୱାର୍ଡ କାଉନସିଲର ସୁଶ୍ରୀ ରୁଚି ଅନ୍ତିଆ, ପୋୖର ପରିଷଦ ଯନ୍ତ୍ରୀ ଇନ୍ଦୁ ମାଧବ ସରକାର, ଏମ୍ ଇଉ ଜେ ସଭାପତି ଦେବ ପ୍ରସାଦ ଦାସ ପ୍ରମୁଖଙ୍କ ସହ ମାଲକାନଗିରି ପୋୖର ପରିଷଦ ୧୮ ନମ୍ବର ୱାର୍ଡର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.