xmas

ସମନ୍ୱିତ ଯୁବ ବିକାଶ ଯୋଜନା କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନରେ ଉଦଘାଟିତ

ମାଲକାନଗିରି: ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ସମନ୍ୱିତ ଯୁବ ବିକାଶ ଯୋଜନା ମାଧ୍ୟମରେ ମହାଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଶିକ୍ଷାନୁଷ୍ଠାନର ରସାୟନ ବିଜ୍ଞାନ ବିଭାଗର ଶିକ୍ଷକ ତଥା ନୋଡାଲ ଅଫିସର ନରେନ୍ଦ୍ର ସୋଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡ଼ଃ କ୍ଷୀରୋଦ ଚନ୍ଦ୍ର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସମଗ୍ର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ କ୍ରୀଡା, ସାଂସ୍କୃତିକ ଓ ସେବା ମନୋଭାବ ସମ୍ପର୍କରେ ଯୋଗଦାନ ଦେବାକୁ ଉତ୍ସାହିତ କରିଥିଲେ । ସଂଗୀତା ହୋତା ମଞ୍ଚ ପରିଚାଳନା କରିବା ସହିତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.