xmas

ଶିଶୁ ମନ୍ଦିରରେ ଏକବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟନ

ଚିତ୍ରକୋଣ୍ଡା:-୧୮.୧୧.୨୩: ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏକବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟନ ହୋଇ ଯାଇଛି l ଉକ୍ତ ବାର୍ଷିକ କ୍ରୀଡ଼ା ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଚିତ୍ରକୋଣ୍ଡା ଥାନା ଅଧିକାରୀ ସନ୍ମାନିତ ଅତିଥି ଭାବେ ମିତ୍ତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ଼ କମ୍ପାନୀରେ ବରିଷ୍ଠ ସଂଯୋଜକ ନବିନି ଆମାଙ୍ଗଙ୍କ ସମେତ ବିଦ୍ୟାଳୟର ସଭାପତି ଖିରୋଦ ବେହେରା, ସମ୍ପାଦନ ଶଶାଙ୍କ ଶେଖର କର, କୋଷlଧକ୍ଷ ହେମନ୍ତ କୁମାର ନାୟକ, ଉପଦେଷ୍ଟା କମିଟି ସଦସ୍ୟ ରତ୍ନାକର ପ୍ରଧାନ, ଉତ୍ତମ ରାଏ ଏବଂ ପ୍ରଧାନ ଆଚାର୍ଯ୍ୟ ବାନାମ୍ବର ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ତଥା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶିକ୍ଷା ବିକାଶ ସମିତି ଯୋଜନା ଅନୁଯାଇ ବିଦ୍ୟାଳୟ ପରମ୍ପରା ଵିଧି ମୁତାବକ ଉଦଘାଟନ କରାଯାଇଛି l ବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ହେଉଥିବା ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ଖେଳ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ଭିତରେ ଶାରୀରିକ, ମାନସିକ, ତଥା ବୌଦ୍ଧିକ ବିକାଶ ସହିତ ନିଜ ନିଜ ଭିତରେ ଭାତୃଭାବ ତଥା ଏକଦା ଜାଗ୍ରତ ହୋଇ ପାରିବ l ଏହି କ୍ରମରେ ସ୍ବାଗତଂ ଭାଷଣ, ବନ୍ଦନା, ଶପଥ ପାଠ ତଥା ବନ୍ଦେ ମାତରଂ ଧୂନି ସହିତ ଚିତ୍ରକୋଣ୍ଡା ଖେଳ ପଡ଼ିଆରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଯଥା ଶହେ, ଦୁଇ ଶହ, ଚାରି ଶହ ମିଟର ଦୌଡ଼, ଲଙ୍ଗ ଜମ୍ପ, ହାଇ ଜମ୍ପ, ସଟଫୁଟ ଥ୍ରୋ, ଚାମଚ ବାଟି, ଦୌଡ ଗଣିତ ଆଡି ଖେଳ ପ୍ରତିଯୋଗିତା ଗୋଟିଏ ପରେ ଗୋଟିଏ କରାଯାଇଥିଲା l ଭଲ ପଦର୍ଶନ କରିଥିବା ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବ ଅବସରରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇ ବାର୍ଷିକ କ୍ରୀଡ଼ା ଉତ୍ସବକୁ ସମାରୋହ ସମାପନ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଗୁରୁଜୀ ଭାସ୍କର ଗୁଡ଼ିଆ, ସୁବାସ ମାଝୀ, ସୌମ୍ୟ ରଞ୍ଜନ ଗୁଡ଼ିଆ ଗୁରୁମା ସବିତା ମହାପାତ୍ର, ସରସ୍ବତୀ ପଣ୍ଡା, ସଂଯୁକ୍ତା ପଟ୍ଟନାୟକ, କେ ଭାରତୀ ରାଓ, ଅନ୍ୟସାଥି ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ l

Leave A Reply

Your email address will not be published.