xmas

ଜିଲ୍ଲାସ୍ତରୀୟ ୭୦ତମ ସମବାୟ ସପ୍ତାହ ପାଳନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ୭୦ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳନ ୨୦୨୩ ମାଲକାନଗିରି ଜିଲ୍ଲାସ୍ତରୀୟ ମହୋତ୍ସବ ପାଳନ କରାଯାଇଛି। କେସିସି ବ୍ୟାଙ୍କ ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମୁଖ୍ୟ ବକ୍ତା ଭାବେ ନିର୍ଦ୍ଦେଶକ ରମାକାନ୍ତ ରାଉଳ, ସମ୍ମାନିତ ଅତିଥି ଭାବରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତ୍ରୀନାଥ ମାଝୀ, ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ) ବେଦବର ପ୍ରଧାନ, ଉପଜିଲ୍ଲାପାଳ ଡ. ଅକ୍ଷୟ କୁମାର ଖେମୁଣ୍ଡୁ ଓ ଜୟପୁର ଡିଆରସିଏସ ଭୀମସେନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସମବାୟ ଆନ୍ଦୋଳନକୁ ଲୋକଙ୍କୁ ନିକଟରେ ପହଞ୍ଚଇବା, ନୂତନ ଭାବେ ଗଠିତ ହୋଇଥିବା ୪୭ ସମିତିକୁ କାର୍ଯ୍ୟକ୍ଷମ କରିବା ଏବଂ ଏହାକୁ ତ୍ବରାନିତ କରି ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ବିଷୟରେ ଅତିଥିମାନେ ଆଲୋପାତ କରିଥିଲେ।

ସମବାୟ ସମିତି ସପ୍ତାହ ନଭେମ୍ବର ୧୪ ତାରିଖରୁ ୨୦ ତାରିଖରୁ ପର୍ଯ୍ୟନ୍ତ ପାଳନ କରାଯାଉଥିବା ବେଳେ ଏହି ସପ୍ତାହ ମଧ୍ୟରେ ମାରାଥନ୍, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ସମବାୟ ରଥ ପରିକ୍ରମା ଓ ରକ୍ତାଦାନ ଶିବିର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ଆର୍ଥିକ ରାଶି ପ୍ରଦାନ କରିଥିଲେ। ଏଥିସହ ସମିତି ସ୍ତରରେ ଭଲ କାର୍ଯ୍ୟ କରିଥିବା ସମିତି, ପରିଚାଳକ, ଅନ୍ୟାନ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ଚାଷୀ, ଋଣ ନେଇଥିବା ବ୍ୟକ୍ତି ଓ ଜମା କରିଥିବା ବ୍ୟକ୍ତିମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି। ଏଥିରେ ମାଲକାନଗିରି ଏଆରସିଏସ ବିକାଶ ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ରାଜସ୍ବ ସହାୟକ ସରୋଜ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଜୟପୁର ଏସଏଆରସିଏସ୍ ଶିଶରକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମିତି କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.