xmas

ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସାମ୍ବାଦିକ ସମ୍ମିଳନୀ, ଜନଜାତିଙ୍କ ଜମି ଅଣ ଜନଜାତିଙ୍କୁ ବିକ୍ରି ନିୟମକୁ ପ୍ରତ୍ୟାହାର ପାଇଁ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତରଫରୁ ସଦର ମହକୁମା ହୋଟେଲ ସ୍ୱାଗତ ସମ୍ମିଳନୀ କକ୍ଷରେ ମହାସଂଘର ସଭାପତି ବନ୍ଧୁ ମୁଦୁଲି ଙ୍କ ଅଧକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ୟକାରୀ ସଭାପତି ଜାରାଶବର ମାଢି, ଦୁରୁଆ ସମାଜ ସଭାପତି ମଙ୍ଗଳା ଦୁରୁଆ, ସମ୍ପାଦକ ଗୁପ୍ତ ଦୁରୁଆ, ଭୁମିଆ ସମାଜ ସଭାପତି ତ୍ରିନାଥ ଭୁମିଆ, କୋୟା ସମାଜ ସଭାପତି ବାଗା ମାଡକାମି, ସୁକଦେବ କାର୍ତାମି, ଦେବା ମାଡକାମି, ଭିମା ବାର୍ସେ, ପ୍ରଭୃତି ସଂଘର କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଏଥିରେ ରାଜ୍ୟ ସରକାର ବିଗତ କିଛି ଦିନ ପୂର୍ବରୁ ଜନଜାତିଙ୍କ ଜମି ଅଣ ଜନଜାତିଙ୍କୁ ବିକ୍ରି କରିବା ପାଇଂ କ୍ୟାବିନେଟ ମଞ୍ଜୁରୀ ଦେଇଥିବା ବେଳେ ଏହାକୁ ବିରୋଧ କରାଯାଇଛି । ନିରୀହ ସରଳ ଆଦିବାସୀ ମାନଙ୍କୁ କେହି ମଧ୍ୟ ଠକି ଆଦିବାସୀଙ୍କ ଜମିକୁ ହଡପ କରିପାରିବ । ଏହି ଆଇନ ଲାଗୁ ହେଲେ ଅଣ ଆଦିବାସୀ ମାନେ ଆଦିବାସୀଙ୍କ ସମ୍ପତିକୁ ହଡପ କରିବୋ ତେଣୁ ଏହାକୁ ରାଜ୍ୟ ସରକାର ବର୍ତ୍ତମାନ ସ୍ଥଗିତ ନ କରି ସମ୍ପୂର୍ଣ ପ୍ରତ୍ୟାହାର କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତିା ଏହାକୁ ପ୍ରତ୍ୟାହାର କରା ନଗଲେ ଆଦିବାସୀ ମାନେ ଆନ୍ଦୋଳନର ପନ୍ଥା ନେବେ ବୋଲି ଏହି ସଭାରେ ମତ ପ୍ରକାଶ କରିଛନ୍ତିା

Leave A Reply

Your email address will not be published.