xmas

ସୋସିଆଲ ମିଡିଆ ପରିଚାଳନା ପାଇଁ ମାଲକାନଗିରି ଜିଲ୍ଲା ପୁରସ୍କୃତ

ମାଲକାନଗିରି: ଭୁବନେଶ୍ବର ସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ମଶାଳାରେ ମାଲକାନଗିରି ଜିଲ୍ଲା ଓ ବ୍ଲକକୁ ୨ଟି ପୁରସ୍କାର ମିଳିଛି। ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ଦିନିକିଆ କର୍ମଶାଳାରେ ୩୦ଟି ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇଥିଲେ। ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡିକ ର ତ୍ୱରାନ୍ୱିତ ହେବା ପରେ ସୋସିଆଲ ମିଡିଆ ପରିଚାଳନା ରେ ଭଲ ପ୍ରଦର୍ଶନ କରିଥିଲେ ଏହି ଅବସରରେ ୩୦ଟି ଜିଲ୍ଲା ମଧ୍ୟରୁ ସୋସିଆଲ ମିଡିଆ ପରିଚାଳନାରେ ବେଷ୍ଟ ୫ ମଧ୍ୟରୁ ମାଲକାନଗିରି ଜିଲ୍ଲାକୁ ଓ ୩୧୪ ବ୍ଲକ ମଧ୍ୟରୁ ବେଷ୍ଟ ୧୦ଟି ମଧ୍ୟରୁ ଚତୁର୍ଥ ସ୍ଥାନ ହାସଲ କରି ମାଲକାନଗିରି ବ୍ଲକକୁ ପୁରସ୍କୃତ କରାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କ ଠାରୁ ମାଲକାନଗିରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ ଓ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡିଆ ମାନପତ୍ର ଓ ପୁରସ୍କାରକୁ ଗ୍ରହଣ କରିଛନ୍ତି। ମାଲକାନଗିରି ଜିଲ୍ଲା ଏହି ଦୁଇଟି ପୁରସ୍କାର ପାଇଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.