xmas

ମଦ ବେପାରୀ ଠାରୁ ବଟି ଆଦାୟ କରି ସାମ୍ବାଦିକ ଗିରଫ

ଚିତ୍ରକୋଣ୍ଡା, ୨୦/୧୧/୨୦୨୩: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଚିତ୍ରକୋଣ୍ଡା ପାପୁଲୁର ଅଂଚଳର ଜୈନେକ ବ୍ୟକ୍ତି ବାଲିମେଳା ମଦ ଆଣିବାକୁ ଯାଇ ମଦ ଧରି ପାପୁଲୁର ଫେରୁଥିଲା ବାଲିମେଳା ଅଂଚଳର ସଦାଶିବପୁର ଗ୍ରାମର ଟାଇମ୍ସ ନିୟୁଜ ଓଡିଆ ୟୁ ଟ୍ୟୁବ ଚ୍ୟାନେଲର ସାମ୍ବାଦିକ ଭାବେ କାମ କରୁଥିବା ଧନେଶ୍ୱର ଚନ୍ଦ୍ର ଖରା ଓ ବାଲିମେଳାର ରବି ପଣ୍ଡା ନାମକ ବ୍ୟକ୍ତି ଉକ୍ତ ମଦ ଆଣୁଥିବା ବ୍ୟକ୍ତି ବାଲିମେଳା ଠାରୁ ମଦ ଧରି ଫେରୁଥିବା ସମୟରେ ତାକୁ ବାଲିମେଳାରୁ ଚିତ୍ରକୋଣ୍ଡା ଘାଟିରେ ଫଲୋ କରି ତାର ପିଛା କରି କରି ବାଲିମେଳା ଠାରୁ ପ୍ରାୟ ୨୨ କିଲୋମିଟରରେ ଥିବା ମନ୍ତ୍ରୀପୁଟ ଛକ ଠାରେ ଅଟକାଇ ତାର ୬ ଗୋଟି ମଦ ବୋତଲ ଭାଙ୍ଗିଦେବା ସହ ତାର ପକେଟରୁ ଜୋର ଜବରଦସ୍ତୀ ଟଙ୍କା ଛଡାଇଥିଲେ l ମଦ ନେଉଥିବା ବ୍ୟକ୍ତି ଥାନାକୁ ଜଣାଇବା ପରେ ଉଭୟ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚରା କରି ୟୁ ଟ୍ୟୁବ ଚ୍ୟାନେଲ ସାମ୍ବାଦିକ ଦୋଷ ସ୍ୱୀକାର କରିବା ସହ ଭୁଲ ମାଗି ଆପୋଷ ସମାଧାନ ହୋଇଥିଲା ଏବଂ ସମାଧାନ ପରେ ସାମ୍ବାଦିକ ଉଠାଇଥିବା ଫଟୋକୁ ଡିଲେଟ କରିଥିଲେ, ଥାନାରେ ଲିଖିତ ରାଜିନାମା ପରେ ଉଭୟ ଫେରିଯାଇଥିଲେ l ୟୁ ଟ୍ୟୁବ ଚ୍ୟାନେଲ ସାମ୍ବାଦିକ ନିଜ ନିୟୁଜ ଚ୍ୟାନେଲର ଡିସି ଏବଂ ସମ୍ପାଦକଙ୍କୁ ସଠିକ କଥା ନକହି ଭୁଲ ତଥ୍ୟ ଦେଇଥିଲେ, ଚ୍ୟାନେଲ ସମ୍ପାଦକ ପୁଲିସ ସହ କଣ ଦୁଇ ପଦ କଥା ହୋଇ ପୁଲିସ ବିରୁଦ୍ଧରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ମଦ ବେପାରୀର ହାତ ବାରିଷ ବୋଲି ଖବର ପ୍ରସାରଣ କରିଥିଲେ ଉକ୍ତ ଖବର ପ୍ରଶାରଣ ପରେ ପୁଲିସ ବିଭାଗ ସମାଧାନ ଲିଖିତ ରାଜିନାମାଙ୍କୁ ଆଧାର କରି ଚିତ୍ରକୋଣ୍ଡା ଥାନାର ମାମଲା ନମ୍ବର 214/14-11-2023, us-341,294/323/394/506/341 IPC ଧାରା ଅନୁଯାଇ ଉଭୟ ମଦ ବେପାରୀ ଓ ବଟି ଆଦାୟ କରୁଥିବା ୟୁ ଟ୍ୟୁବ ଚ୍ୟାନେଲ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଉକ୍ତ କୋର୍ଟ ଚାଲାଣଙ୍କୁ ନେଇ ସେହି ଚ୍ୟାନେଲର ସାମ୍ବାଦିକ ପୁଲିସ ବିରୁଦ୍ଧରେ ବାରମ୍ବାର ଖବର ପ୍ରସାରଣ କରିବାରେ ଲାଗିଛନ୍ତି l ଯାହା ଦ୍ଵାରା ପୁଲିସ ଅଧିକାରୀଙ୍କର ମାନହାନି ହେବା ସହ ମାନସିକ ବିଭ୍ରାଟ ଘଟୁଥିବା ପ୍ରକାଶ କରିଛନ୍ତି l

Leave A Reply

Your email address will not be published.