xmas

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ମାଲକାନଗିରି, ୨୫।୧୧: ମାଲକାନଗିରି ଜିଲ୍ଲା ସଦର ବ୍ଲକର ଏମ.ଭି.୧୫ ଗ୍ରାମରେ ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କୈଳାସ ଚୌଧୁରୀଙ୍କ ସହ ମାଲକାନଗିରି ସଦର ବ୍ଲକର ଏମ.ପି. ଭି. ୧ ଗ୍ରାମର କାକଲି ମଣ୍ଡଳ ବିବାହ କରିଥିଲେ । ୨୦୦୬ରୁ ବିବାହ କରିଥିବା କାକଲି ବିବାହ ପର ଠାରୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିନଥିବା ବେଳେ ଚରିତ୍ରକୁ ସନ୍ଧେହ କରି କୈଳାସ ବାରମ୍ବାର କାକଲିଙ୍କୁ ମାଡ ମାରିବା ସହ ମରଣାତ୍ମକ ଆକ୍ରମଣ କରିଥିବା ଆଜି ସ୍ବାମୀ କୈଳାସର ଟାଙ୍ଗିଆ ଚୋଟରେ ଶିକାର ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ନିଜ ଜୀବନ ସହିତ ସଂଗ୍ରାମ କରୁଥିବା କୋହଭରା କଣ୍ଠରେ କାକଲିର ମା ଶ୍ୟାମଳୀ ମଣ୍ଡଳ ପ୍ରକାଶ କରିଛନ୍ତି । ଏ ନେଇ କାକଲିଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କୁ ପଚାରିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ସେ ପ୍ରକାଶ କରିଛନ୍ତି । ତେବେ ଖବର ପାଇବା ପରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ସ୍ବାମୀ କୈଳାସଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.