xmas

୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବିଜେଡିରେ ଯୋଗଦାନକୁ ନେଇ ମାଲକାନଗିରି ବିଜୁ ଯୁବ ଜନତା ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ମାଲକାନଗିରି: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ଭି.କେ. ପାଣ୍ଡିଆନ । ଏହି ଅବସରରେ ଖୁସିର ମହଲ ଦେଖିବାକୁ ମିଳିଥିଲା ମାଲକାନଗରି ଜିଲ୍ଲାରେ ଏ ନେଇ ବିଜୁ ଯୁବ ଜନତା ଦଳର ସଭାପତି ଆଡମା ରାବାଙ୍କ ନେତୃତ୍ବରେ ଯୁବ ଛାତ୍ର ମହିଳା ଏବଂ ଓକିଲ ସଂଘ ମିଳିତରେ ସଦର ମହକୁମା ଡି ଏନ କେ ଛକ ଠାରେ ଶ୍ରୀ ଭି.କେ. ପାଣ୍ଡିଆନ ମହୋଦୟଙ୍କୁ ମାଲକାନଗିରି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ତଥା ବବି ଭାଇ ଓ ଭି.କେ. ପାଣ୍ଡିଆନଙ୍କ ନାରେ ସ୍ଲୋଗାନ ପକା ଯାଇଥିଲା l ଏଥିରେ ବିଜେଡି ବରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଓକିଲ ସଂଘ ସଭାପତି ଲମ୍ବଧର ତୃକ୍, ବିଜେଡି ଉପ ସଭାପତି ନୃସିଂହ ଚରଣ ମହାନ୍ତି. ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ମାଲକାନଗିରି ଜିଲ୍ଲା ଡିଡ଼ାଈ ସମାଜ ସଭାପତି ବଂଶୀଧର ମୁଦୁଲି, ଯୁବ ନେତା ମୁନା ମାଡକାମି, ଯୁବ ଜନତା ଦଳ ରାଜ୍ୟ ସମ୍ପାଦିକା ମୁସ୍କାନ ଦେବନାଥ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବାବୁ ଗୁପ୍ତା, ପୌରରିଷଦ ଯୁବ ସଭାପତି ବଳରାମ ଭଞ୍ଜ, ଯୁବ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ହରିଜନ, ସମ୍ପାଦକ ସୁବ୍ରତ ଦାସ, ମାଲକାନଗିରି ବ୍ଲକ ଛାତ୍ର ସଭାପତି ରାକେଶ ବାଲା ଏବଂ ବହୁ ସଂଖ୍ୟାରେ ଯୁବକେ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.