xmas

ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କର କମଳରେ ଶ୍ରୀଗୁରୁ ଭାଗବତ ସ୍ତମ୍ଭର ଶୁଭ ଉଦଘାଟନ ସମାରୋହ

କଟକ: ଗୋପାଳପୁର ଶ୍ରୀଗୁରୁ ଭାଗବତ ଟୁଙ୍ଗୀର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଗୋପାଳପୁର ଗ୍ରାମର ପ୍ରବେଶ ପଥରେ ଗ୍ରାମର ମହନ୍ତ, ଅଧିକାରୀ, କର୍ପୋରେଟର ଓ ଅନ୍ୟ ମୁଖିଆ ବ୍ୟକ୍ତିଙ୍କ ଦ୍ୱାରା ଗୁରୁଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଗ୍ରାମକୁ ପାଛୋଟି ନିଆଗଲା ଓ ପରେ ପରେ ଟୁଙ୍ଗୀ ତରଫରୁ ଶ୍ରୀ ବଟକୃଷ୍ଣ ରାୟ, ଦୀପ୍ତି ରାୟ ଓ ମୁକ୍ତି ରାୟଙ୍କର ଗୁରୁଜୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦ୍ୱାରା ସ୍ୱାଗତ କରାଯାଇଥିଲା । ଗୁରୁଜୀଙ୍କ ଟୁଙ୍ଗୀରେ ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ, ଶ୍ରୀ ମହାଦେବଙ୍କୁ ପୂଜାର୍ଚନା କରିଥିଲେ । ଅତି ସରଳ ଓ ସହଜତlର ଆତ୍ମିକ ପରିବେଷରେ ଟୁଙ୍ଗୀର ମହିଳା ସଦସ୍ୟା ମାନଙ୍କ ଦ୍ୱାରା ପୂଜ୍ୟ ଗୁରୁଜୀଙ୍କର ଚରଣ ସେବା, ମାଲ୍ୟାର୍ପଣ, ବସ୍ତ୍ର ଦାନ, ନଇବେଦ୍ୟ ଅର୍ପଣ ଓ ଶ୍ରୀ ଗୁରୁ ଭାଗବତ ଗାୟନ କରାଯାଇଥିଲା । ଭାବ ଭକ୍ତି, ଉଲ୍ଲାସ ଭରା ହୋଇଯାଇଥିଲା ଟୁଙ୍ଗୀର ଅଗଣା ଶ୍ରୀଗୁରୁଙ୍କ ପଵିତ୍ର ତଥା ଦିବ୍ୟ ସ୍ପର୍ଶରେ ଟୁଙ୍ଗୀର ସଦସ୍ୟା ଶ୍ରୀମତୀ ଦୀପିକା ମିଶ୍ରଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଓ ଶ୍ରୀ ଗୁରୁଦେବଙ୍କ ଉଦେଶ୍ୟରେ ନୃତ୍ୟ ମାଧ୍ୟମରେ ଗୁରୁ ପୂଜନ ଅତି ଭାବଛ୍ଵାସରେ ଅର୍ପଣ କରାଯାଇଥିଲା । ପୂଜ୍ୟ ଗୁରୁଜୀଙ୍କ ଦିବ୍ୟ ସ୍ପର୍ଶରେ ଶ୍ରୀ ଗୁରୁ ଭାଗବତ ସ୍ତମ୍ଭର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ବେଳେ ପୂଜ୍ୟ ଗୁରୁଜୀଙ୍କ ପଵିତ୍ର ତଥା ଦିବ୍ୟ ସ୍ପର୍ଶରେ ଅଭିନବ ଶ୍ରୀ ଗୁରୁ ଭାଗବତ କେକ ବଣ୍ଟନ କରିଥିଲେ ସମସ୍ତଙ୍କର ପ୍ରିୟ ଗୁରୁଜୀ । ଏକ ସହଜ ସ୍ଥିତିରେ ରହି ସମସ୍ତଙ୍କୁ କେବଳ କରୁଣା ବର୍ଷା କରୁଥିଲେ ଗୁରୁଜୀ । ଟୁଙ୍ଗୀ ତରଫରୁ ନିୟମିତ ପ୍ରକାଶ ପାଉଥିବା ଶ୍ରୀଗୁରୁ ଭାଗବତ-ଏକ ଦିବ୍ୟ ଚେତନା (ପତ୍ରିକା)ର ଶୁଭ ମୁକ୍ତି ହୋଇଥିଲା ପୂଜ୍ୟ ଗୁରୁଜୀଙ୍କ ଦିବ୍ୟ କର କମଳରେ ଟୁଙ୍ଗୀ ତରଫରୁ ପ୍ରତି ଗୁରୁବାର ୟୁଟୁବ ମାଧ୍ୟମରେ ପ୍ରସାରିତ ହେଉଥିବା ଶ୍ରୀ ଗୁରୁଭାଗବତ ପଠନ ଓ ବ୍ୟାଖ୍ୟାର ପ୍ରତିଯୋଗିତା ମାନଙ୍କୁ ପୂଜ୍ୟ ଗୁରୁଜୀଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଡିଶା ଭିତରୁ ଓ ବାହାରୁ ଆସିଥିବା ଅତିଥି ମାନଙ୍କୁ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ହର୍ଷ ଉଲ୍ଲାସର ସହିତ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା ବହୁତ ଜାଗାରୁ ଗୁରୁଜୀ ଓ ଗୁରୁ ଭାଗବତ ପ୍ରେମୀ ମାନଙ୍କର ଏକ ବନ୍ଧୁ ମିଳନ ହୋଇଥିଲା, ଟୁଙ୍ଗୀର ପଵିତ୍ର ଅଗଣାରେ ସାଇ ସେବକ ଶ୍ରୀ ଶୁଭlନ୍ବେଷ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.