xmas

ସାର୍ବଜନୀନ ଦୁର୍ଗା ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ବିଡିଓ

ମାଲକାନଗିରି: ମାଲକାନଗିରି ସଦର ମହକୁମା ସ୍ଥିତ ଦଣ୍ଡକାରଣ୍ୟ ଖେଳପଡ଼ିଆ ନିକଟସ୍ତ ସର୍ବ ପୁରାତନ ସାର୍ବଜନୀନ ଦୁର୍ଗା ମନ୍ଦିର ପାଇଁ ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମନ୍ଦିର ଉନ୍ନତି କରଣ ପାଇଁ ଅନୁଦାନ ମଞ୍ଜୁର ହୋଇଥିବା ବେଳେ ଗତକାଲି ମାଲକାନଗିରି ସଦର ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆ ଏବଂ ମାଲକାନଗିରି ଜିଲ୍ଲା ଜନପ୍ରିୟ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଉକ୍ତ ଦୁର୍ଗା ମନ୍ଦିର ପିରିଶୋର ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଗା ମନ୍ଦିର କମିଟି ସହ ବିଶେଷ ଆଲୋଚନା କରିଛନ୍ତି । ଏଥିରେ ବିଡ଼ିଓ ମହାଶୟା ଉକ୍ତ କାର୍ଯ୍ୟ ଦାଇତ୍ୱ ରେ ଥିବା ଯନ୍ତ୍ରୀଙ୍କୁ ଯଥା ଶୀଘ୍ର ମନ୍ଦିର କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଗା ମନ୍ଦିର ପରିଚାଳନା କମିଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟରେ ସହଯୋଗ କରିବା ପାଇଁ କହିଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଏହି ଅବସରରେ ଜ଼ିଲ୍ଲା ବିଜେଡି ଉପସଭାପତି ଗଣେଶ ମଣ୍ଡଳ, ସାର୍ବଜନୀନ ଦୁର୍ଗା ମନ୍ଦିର କମିଟି ସଭାପତି ରାମା ରାଓ, ସମ୍ପାଦକ ମନୋଜ କୁମାର ସାହା, କୋଷାଦୋକ୍ଷ ମନମୋତ ମୋଜୁମଦାର, ତୋପନ ନାଥ, ସଞ୍ଜୟ ସରକାର, କେ. ରାହୁଲଙ୍କ ସହ କମିଟି ସଦସ୍ୟ ଉପସ୍ଥିତ ଥିଲେ |

Leave A Reply

Your email address will not be published.