xmas

ତମାଖୁ ବର୍ଜନ ଦିବସ ଉପଲକ୍ଷେ ରଚନା ପ୍ରତିଯୋଗିତା

ମାଲକାନଗିରି ତା୩୦/୧୧/୨୦୨୩ରିଖ: ମହିଳା ଉଚ୍ଚ ମାଧ୍ୟମିକ ମହିଳା ମହାବିଦ୍ୟାଳୟ ଏନ ଆର୍ ଏଚ ଏମ ତରଫରୁ ଏକ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଏକ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏହି ସଭାରେ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଯୁବ ରେଡ଼କ୍ରସର ସହ ସମ୍ପାଦକ ଡକ୍ଟର ରଞ୍ଜନ କୁମାରୀ ସ୍ବାଇଁ ଯୋଗଦାନ କରି ଛାତ୍ରୀ ମାନଙ୍କୁ ତମାଖୁର ଭୟାବହ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ସହିତ ସମ୍ପୂର୍ଣ୍ଣ ନିଶାମୁକ୍ତ ଅନୁଷ୍ଠାନ କରିବା ପାଇଁ ପରାମର୍ଶ ଦେଇଛନ୍ତି l ମୁଖ୍ୟବକ୍ତା ଡକ୍ଟର ଦୁର୍ଗାପ୍ରସାଦ ରାଜ ମହାମାରୀ ବିଶେଷଜ୍ଞ, ଶିବ ସୁନ୍ଦର ପାଣିଗ୍ରାହୀ ଅଣ ସଂକ୍ରାମକ ରୋଗ ପରିଚାଳକ, ଯୋଗଦାନ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଡକ୍ଟର ଗାୟତ୍ରୀ ଜେନା, ଇତିହାସ ଅଧ୍ୟାପିକା ଯୋଗଦାନ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l
ପ୍ରଥମ ସ୍ଥାନ :- ସୁମିତ୍ରା ମୁଦୁଲି
ଦ୍ଵିତୀୟ ସ୍ଥାନ :- ରିକୁ ଜାଲି
ତୃତୀୟ ସ୍ଥାନ :- ରାମେ ସୋଡି
ବିଜେତା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ବିତରଣ କରାଯାଇଛି l ସଭା ଶେଷରେ ପୃଥ୍ୱୀମିତା ବିଶ୍ୱାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.