xmas

ବାତ୍ୟା “ମିଗଜୋମ” ପାଇଁ ଜନସାଧାରଣଙ୍କୁ ସଚେତନ କରୁଛି ପ୍ରଶାସନ, ଚାଷୀଙ୍କ ମଧ୍ୟରେ ଛନକା

ମାଲକାନଗିରି, ୫।୧୨: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ‘ମିଗଜୋମ’ ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଚାଷୀମାନେ ଧାନ କାଟି ଅମଳ ସମୟ ହୋଇଥିବାରୁ ଏହି ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଚଡକ ପକାଇଛି । ରବି ଫସଲ ପାଇଁ ଚାଷୀ ମାନେ ବିଭିନ୍ନ ପନିପରିବା ଚାଷ କରିଥିବା ବେଳେ ଅଦିନିଆ ବର୍ଷାରେ କିପରି ସୁରକ୍ଷିତ ରଖିବେ ସେନେଇ ବ୍ୟତିବ୍ୟସ୍ତ ଅଇଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ଵାରା ଚାଷୀ ମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଚଳିତ ଡିସେମ୍ବର ମାସ ୫ ତାରିଖରୁ ମାଲକାନଗିରି ଜିଲ୍ଲା ସମେତ ଅନେକ ଆଖପାଖ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଫସଲ ସୁରକ୍ଷା କରିବା ପାଇଁ ସଚେତନ ରହିବା ଉପରେ ସ୍ବତନ୍ତ୍ର ରିଲିଫ କମିଶନର ଗୁରୁତ୍ୱାରୋପ କରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ସମସ୍ତ ଚାଷୀଙ୍କୁ ଓ ଜନ ସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା କାଲି ଠାରୁ ବାତ୍ୟା ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କ୍ଷେତରେ ଥିବା ଶସ୍ୟ ଅତିଶିଘ୍ର ଅମଳ କରିବା ଏବଂ ଅମଳ କରିଥିବା ଶସ୍ୟ ପଲିଥିନରେ ଢାଙ୍କି କିମ୍ବା ସୁରକ୍ଷିତ ସ୍ଥାନକୁ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଜନ୍ତ୍ର ଦ୍ଵାରା ଅବଗତ କରାଯାଇଛି । ଅଦିନିଆ ବରସସ ମଧ୍ୟ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ଚାଷୀଙ୍କ ପାଇଁ ଏହି ସମୟ ଅମଳର ସମୟ ହୋଇଥିବା ବେଳେ ବର୍ତ୍ତମାନ ବର୍ଷା ହେଲେ ଚାଷୀଙ୍କ ସବୁ ପରିଶ୍ରମ ପାଣି ଫାଟିବା ଭୟରେ ସମସ୍ତେ ନିଜ ଫସଲକୁ ସୁରକ୍ଷିତ ରଖିବା ଦିଗରେ ତତ୍ପର ହୋଇପଡିଛନ୍ତି । ଜିଲ୍ଲାରେ ଅଧିକାଂଶ ଲୋକେ ଚାଷ ଉପରେ ହିଁ ନିର୍ଭର କରୁଥିବା ବେଳେ ରୁଣ କରଜ କରି ଅନେକ ଗରିବ ଲୋକେ ବହୁ ପରିଶ୍ରମ କରି ଚାଷ କରିଛନ୍ତି । ତେବେ ଏହି ଚାଷରୁ ଯାହା ଅମଳ ହେବ ତାହା ସେମାନଙ୍କ ପରିବାରକୁ ଦାନା ଯୋଗାଇବା ସହ ରୁଣ ପରିଶୋଧ କରିବାରେ ସହାୟକ ହେବ । ତେଣୁ ବର୍ଷାର ଖବର ପାଇବା ପରେ ଚାଷିକୁଳ ଅତ୍ୟଧିକ ଚିନ୍ତିତ ହୋଇପଡିଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ବ୍ଲକରେ ବର୍ଷାକୁ ନେଇ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.