xmas

ରସୁଲଗଡ କାଳିଆ ନନା ହତ୍ୟା ମାମଲା: ଦୁଇବର୍ଷ ବିତିଲା, ହତ୍ୟାକାରୀ ଉଭେଇଗଲା

ପୀଡ଼ିତ ପରିବାରବର୍ଗ ନ୍ୟାୟ ଅପେକ୍ଷାରେ
ସୁରାକ ମିଳୁନି, କାରଣ ଜଣାପଡୁନି

ଭୁବନେଶ୍ବର (ଗାଁରୁ ସହର): ରାଜଧାନୀ ଭୁବନେଶ୍ବରର ବହୁ ଚର୍ଚ୍ଚିତ କାଳିଆ ନନା (୫୮) ଓରଫ୍ ସନ୍ତୋଷ ରାଉତଙ୍କ ହତ୍ୟାକାଣ୍ଡର ଦୁଇବର୍ଷ ପରେ ବି ପୋଲିସ ହାତ ଖାଲି l ଚାରି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ହତ୍ୟାକାରୀ ମଉଜ କରୁଥିବା ବେଳେ ବଳଶାଳୀ କମିଶନରେଟ ପୋଲିସ ନିଦାବିଷ୍ଣୁ ସାଜିଛି l ନ୍ୟାୟ ଆଶାରେ କାଳିଆ ନନାଙ୍କ ପରିବାରବର୍ଗ ବନ୍ଧୁ ବାନ୍ଧବ ପରିଜନ ଏପରିକି ରସୁଲଗଡବାସୀ ଚାତକ ପରି ଚାହିଁ ରହିଥିବା ବେଳେ ପୋଲିସ କି କର୍ତ୍ତବ୍ୟବିମୁଢ଼ ହୋଇ ପଡିବା ଚିନ୍ତାଜନକ ବିଷୟ ହୋଇଛି l ହତ୍ୟାକାଣ୍ଡ ଘଟାଇ ହତ୍ୟାକାରୀ ନିର୍ବିଘନରେ ଫେରାର ହେବା ଓ ପୋଲିସ କୂଳ କିନାରା ନ ପାଇବା କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି l
୨୦୨୧ ଡ଼ିସେମ୍ବର ୦୩ ତାରିଖରେ ସ୍ମାର୍ଟ ସିଟି ଭୁବନେଶ୍ବରର ମୁଖଶାଳା ରସୁଲଗଡ ଛକରେ ପରୋପକାରୀ ସମ୍ମାନୀୟ କାଳିଆ ନନା ଓରଫ୍ ସନ୍ତୋଷ ରାଉତ (୫୮) ଙ୍କୁ ହତ୍ୟା କରାଯାଇଥିଲା l କାଳିଆ ନନା ସବୁଦିନ ଭଳି ଛକରେ ବସିଥିବା ବେଳେ ଆତତାୟୀ ଅତର୍କିତ ଆକ୍ରମଣ କରିଥିଲା l ରକ୍ତମୁଖା ଆତତାୟୀ ଆକ୍ରମଣ କରି କାଳିଆ ନନାଙ୍କ ଠାରୁ ପ୍ରାୟ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ଫେରାର ହୋଇ ଯାଇଥିଲା l ଏହି ସମୟରେ ତତ୍ କ୍ଷଣାତ ଦୁଇ ଜଣ ପରିବା ବ୍ୟବସାୟୀ ଦୌଡ଼ି ଆସି ରକ୍ତ ଜୁଡୁବୁଡୁ କାଳିଆ ନନାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବନ୍ଦୋବସ୍ତ ପୂର୍ବକ ଆତତାୟୀର ପିଛା କରିଥଲେ l ହତ୍ୟାକାରୀ ରସୁଲଗଡ ଛକରୁ ବାଣୀବିହାର ଆଡେ ଯାଇଥିବା ନେଇ ପିଛା କରି ଲୋକେ ଗୋଡେଇ ଥିଲେ l ହେଲେ ରକ୍ତମୁଖା ଆତତାୟୀ ବାଣୀବିହାର ବ୍ରିଜ ପାଖରୁ ତଳକୁ ଡେଇଁ ଟ୍ରେନ ଲାଇନ ଅଂଚଳରେ ଫେରାଇ ହୋଇ ଯାଇଥିଲା l ଏପଟେ ଗୁରୁତର କାଳିଆ ନନାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା l ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଥିଲା l କାଳିଆ ନନାଙ୍କ ମୃତ୍ୟୁକୁ ନେଇ ରସୁଲଗଡ ଅଂଚଳରେ ଜନ ଅସନ୍ତୋଷ ତୀବ୍ର ହୋଇଥିଲା l କୌଣସି ଶତ୍ରୁତା କିମ୍ୱା ବାଦ୍ ବିବାଦ ନ ଥିବା ନିଷ୍କଳଙ୍କ କାଳିଆ ନନାଙ୍କୁ କିଏ ଓ କାହିଁକି ମାରିଲା ତାକୁ ନେଇ ସାଧାରଣରେ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା l ଏପରିକି ମୃତଦେହ ରାସ୍ତାରେ ରଖି ଆନ୍ଦୋଳନ ପାଇଁ ଉତ୍ତ୍ୟକ୍ତ ଲୋକେ ସଜବାଜ ପୂର୍ବକ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ହୁଙ୍କାର ଦେବାରୁ ପୋଲିସ ହତ୍ୟାକାରୀକୁ ଧରି ଦଣ୍ଡ ଦେବାର ପ୍ରତିଶ୍ରୁତି ଦେଇଥିଲା l ଉତ୍ତ୍ୟକ୍ତ ଲୋକେ ପୋଲିସ କଥାରେ ଭରସା କରି ଆନ୍ଦୋଳନରୁ ଓହରି ଥିଲେ l ହେଲେ ହତ୍ୟାକାଣ୍ଡର ଦୁଇ ବର୍ଷ ପରେ ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଥିବାରୁ ଦିବଂଗତ କାଳିଆ ନନାଙ୍କ ପରିବାରବର୍ଗ ଭାଙ୍ଗି ପଡିଛନ୍ତି l

କାଳିଆ ନନା ଜଣେ ପରୋପକାରୀ ଓ ଆମୟିକ ଥିଲେ l ରସୁଲଗଡ ସହ ଆଖ ପାଖ ଅଂଚଳରେ କାଳିଆ ନନା ଭାବେ ସର୍ବଜନବିଦିତ l ସବୁଦିନ ଭଳି କାଳିଆ ନନା ୨୦୨୧ ମସିହା ଡିସେମ୍ବର ୩ ତାରିଖରେ ରସୁଲଗଡ ଛକକୁ ଆସି ଚିରାଚରିତ କର୍ମ ସମ୍ପାଦନ କରି ଏକ ସ୍ଥାନରେ ଖବରକାଗଜ ପଢୁଥିବା ବେଳେ ଅତର୍କିତ ଆକ୍ରମଣର ଶିକାର ହୋଇଥିଲେ l କେହି କିଛି ବୁଝିବା ପୂର୍ବରୁ ଆତତାୟୀ ଛୁରୀରେ ଆକ୍ରମଣ କରିଥିଲା l କେଇ ମିନିଟରେ ଆତତାୟୀ ଆକ୍ରମଣ କରି ସୁନା ଲୁଟି ରାସ୍ତା ଡେଇଁ ଫେରାର ହୋଇ ଯାଇଥିଲା l ଆତତାୟୀ ଦେଖିବକୁ ପତଳା l ଗୌରବର୍ଣ୍ଣ ସହ ଟିକେ ଡେଙ୍ଗା ବୋଲି ପିଛା କରିଥିବା ଦୁଇ ପରିବା ବ୍ୟବସାୟୀ କୁହନ୍ତି l ହେଲେ ଦୁଇ ବର୍ଷ ପରେ ବି ପୋଲିସ ଆତତାୟୀ ସମ୍ପର୍କରେ କୌଣସି ସୁରାକ ନ ପାଇବା ଚିନ୍ତାଜନକ ବିଷୟ ହୋଇଛି l ସେତେବେଳର ତତ୍କାଳୀନ ଇନ୍ସପେକ୍ଟର ପଦୋନ୍ନତି ପାଇ ଏସିପି ହୋଇଥିବା ବେଳେ ହତ୍ୟାକାରୀ ହଜିଯିବା ଘୋର ପରିତାପର ବିଷୟ l ପୀଡ଼ିତ ପରିବାରବର୍ଗଙ୍କୁ ପୋଲିସ କେବଳ ଉପର ଠାଉରିଆ ସମବେଦନା ଜଣାଇ ଆମେ ଦେଖୁଛୁ, ଟିକେ ସମୟ ଲାଗିବ ବୋଲି କହିବା ନିନ୍ଦନୀୟ ପ୍ରସଙ୍ଗ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ଏପରିକି ପୋଲିସ ହତ୍ୟାକାରୀକୁ ଖୋଜି ନ ପାଇବା କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l କାହିଁକି ଆଉ କେଉଁ କାରଣରୁ କିଏ ହତ୍ୟା କଲା ଜାଣିବା ପାଇଁ କାଲିଆ ନନାଙ୍କ ପରିବାରବର୍ଗ ଘାଣ୍ଟି ସନ୍ତୁଳି ହେଉଥିବା ବେଳେ ପୋଲିସ ନାଇରେ ତେଲ ଦେଇ ଶୋଇ ରହିବା କମିଶନରେଟ ପୋଲିସର ଦକ୍ଷତା ପ୍ରତିପାଦିତ କରୁଛି l ଏ ନେଇ ତତ୍କାଳୀନ ଥାନା ଅଧିକାରୀ ଓ ଏସିପି ହିମାଂଶୁ ସ୍ୱାଇଁ କହିଛନ୍ତି ଯେ, କାଳିଆ ନନା ହତ୍ୟା ମାମଲାର ତଦନ୍ତ ଅତି ସନ୍ତର୍ପଣରେ ଚାଳିଛି l ଆତତାୟୀକୁ ଚିହ୍ନଟ କରାଯାଇଛି l ହତ୍ୟାକାରୀ ଅଭିଯୁକ୍ତର ନିଜ ଘର ବିହାରରେ l ସେ କେନ୍ଦ୍ରାପଡ଼ାରେ ରହୁଥିଲା l ବହୁ ଜାଗା ଖୋଜାଖୋଜି କରଯାଇଛି l ତାର ଅବସ୍ଥିତିର ସନ୍ଧାନ ଚାଳିଛି l ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସିପି ଶ୍ରୀ ସ୍ବାଇଁ କହିଛନ୍ତି l

ପତ୍ନୀ ଓ ପୁଅଙ୍କ ସହ କାଲିଆ ନନା
Leave A Reply

Your email address will not be published.