ସିପିଆଇଏମର ପଦଯାତ୍ରା, ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ସିପିଆଇଏମ ଜିଲ୍ଲା ସମ୍ପାଦଜ ବ୍ରଜ ମାଝିଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତର ସିପିଆଇଏମ କର୍ମୀ ମାନଙ୍କୁ ନେଇ ଚିତ୍ରକୋଣ୍ଡା ପଞ୍ଜାବିଛକ ଠାରୁ ଏକ ପଦଯାତ୍ରାରେ ବାହାରେ ହାତରେ ପୋଷ୍ଟର ବ୍ୟାନର ଧରି ଚିତ୍ରକୋଣ୍ଡା ସଦର ମହକୁମା ବୁଲି ଗଣବିକ୍ଷୋଭ କରି ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଆଠ ଦଫା ଦାବି ଚିତ୍ରକୋଣ୍ଡା ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚି ଦାବି ପତ୍ର ପ୍ରଦାନ କରିଥିଲେ l ଦାବି ଗୁଡ଼ିକ କେନ୍ଦ୍ର ସରକାର କରିଥିବା ଜଙ୍ଗଲ ଆଇନ ସଂଶୋଧନ ବାତିଲ କର, ଓଡିଶା ରାଜ୍ୟରେ ପେଶା ରୁଲ ପ୍ରଣୟନ କର ଏବଂ ଗ୍ରାମ ସଭାକୁ ଅଧିକାର ଦିଅ, ସମସ୍ତ ଆଦିବାସୀ ଓ ପାରମ୍ପରିକ ଅଧିକାରୀ ମାନଙ୍କୁ ଜଙ୍ଗଲ ଅଧିକାର ଆଇନ ପ୍ରକାରେ ଦଶ ଏକର ଜମିର ପଟ୍ଟା ଦିଅ, ଜମି ପାଇଥିବା ଲୋକଙ୍କୁ ସଠିକ ପଟ୍ଟା ଦିଅ ଓ ଜମି ଚି଼ହ୍ନଟ କର, ମାଲକାନଗିରି ଜିଲ୍ଲାକୁ ମରୁଡ଼ି ଘୋଷଣା କରି କ୍ଷତି ପୂରଣ ଦିଅ, MGNREGA କାମରେ ଦୈନିକ ୬୦୦ ଟଙ୍କା ଏବଂ ୨୦୦ ଦିନର କାମ ଦିଅ, ଚାଷୀଙ୍କ ଠାରୁ ଧାନ କୁଇଣ୍ଟାଲ ପିଛା ୩୦୦୦ ଟ. କିଣ, ସମସ୍ତ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିର୍ନକ୍ଷମ ମାନଙ୍କୁ ୩୦୦୦ ଟଙ୍କା ଭତ୍ତା ଦିଅ, ସମସ୍ତଙ୍କୁ ରାସନ କାର୍ଡ ଓ ଦଶ କେଜି ଚାଉଳ ଦିଅ ଓ ଅନାବାଦୀ ଓ ପତିତ ଜମି ଦଖଲକାରୀଙ୍କୁ ପଟା ପ୍ରଦାନ କରାଯାଉ l

Leave A Reply

Your email address will not be published.