ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ସାକ୍ଷାତ ଓ ସମ୍ବର୍ଦ୍ଧନା ଜ୍ଞାପନ

ମାଲକାନଗିରି ,୭।୧୨ ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ଓ ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିକାଶ ଆସୁଥିବା ବେଳେ ଏହାକୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଦୁଇଟି ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ଓ ମାଲକାନଗିରିର ସମସ୍ତ ବିଜେଡି କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀଙ୍କ ନେତୃତ୍ୱରେ ଭୁବନେଶ୍ବର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହାବ୍ୟତୀତ ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ସାକ୍ଷାତ କରି ତାଙ୍କୁ ଉତ୍ତରୀୟ ଏବଂ ଜଗନ୍ନାଥଙ୍କ ଫୋଟ ଚିତ୍ର ଅର୍ପଣ କରିବା ସହ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି । ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ସଫଳ ରୂପାୟନ ହୋଇଥିବାରୁ ଶ୍ରୀ ପାଣ୍ଡିଆନଙ୍କୁ ଦଳ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପୁର୍ଣ ଚନ୍ଦ୍ର ବାକା, ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା କମ୍ମିଟି, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ଅଧ୍ୟକ୍ଷା, ଅଧ୍ୟକ୍ଷ, ସମସ୍ତ ବ୍ଲକ ଅଧ୍ୟକ୍ଷ, ସମସ୍ତ ବ୍ଲକ ସଭାପତି ଓ ପୌର ପରିଷଦ ଏବଂ ଏନ୍ ଏ ସି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.