xmas

ସୋଆ ଫ୍ୟାକଲ୍ଟି ଓ ଛାତ୍ରଙ୍କୁ ଏନ୍‌ଏସ୍‌ଏସ୍ ରାଜ୍ୟସ୍ତରୀୟ ପୁରସ୍କାର

ଭୁବନେଶ୍ୱର, ଡିସେମ୍ବର ୯: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ପ୍ରୋଗାମ୍ ଅଫିସର ଶ୍ରୀମତି ମଧୁସ୍ମିତା ନାୟକ ଏବଂ ଶ୍ରୀ ଉଦିତ୍ ଦାସଙ୍କୁ ୨୦୨୨- ୨୩ ର ଶ୍ରେଷ୍ଠ ପ୍ରୋଗାମ୍ ଅଫିସର ତଥା ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ଶୁକ୍ରବାର ରାଜ୍ୟ ସ୍ତରୀୟ ଏନ୍‌ଏସ୍‌ଏସ୍ ପୁରସ୍କାର ପ୍ରଦାନ ପୁରସ୍କୃତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଓ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାଶ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ।

ସମାଜର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥିବାରୁ ଏନ୍‌ଏସଏସ୍ ପ୍ରୋଗ୍ରାମ ଅଫିସର ଓ ସ୍ୱେଚ୍ଛାସେବୀ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀମତି ନାୟକ ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ଫ୍ୟାକଲ୍ଟି ହୋଇଥିବାବେଳେ ଶ୍ରୀ ଦାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର) ର ଛାତ୍ର ।

ଏହି ଉତ୍ସବରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଏନଏସଏସ ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀମତି ସୁଶ୍ରୀ ସରିତା ପଟେଲ ଓ ରାଜ୍ୟ ଏନଏସଏସ ଅଫିସର ତଥା ଡେପୁଟି ସେକ୍ରେଟାରୀ ଶ୍ରୀ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.