xmas

ଆମ ଓଡିଶା ନବୀନ ଓଡିଶା ପାଇଁ ମାଲକାନଗିରି ଜିଲ୍ଲାର ସଂଯୋଜକ ଭାବେ ନିଯୁକ୍ତ ହେଲେ ଚିତ୍ତ ପଟ୍ଟନାୟକ, ଶୁଭେଛା ଜଣାଇଲେ ଦଳୀୟ ନେତା ଓ କର୍ମୀ

ମାଲକାନଗିରି,୧୦।୧୨: ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିଯୁକ୍ତି ପତ୍ର ମାଧ୍ୟମରେ ରାଜ୍ଯର ବିଭିନ୍ନ ଜିଲ୍ଲା ନିମନ୍ତେ ମୋଟ ୧୬ ଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତ କରାଯାଇଅଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲା ପାଇଁ ଚିତ୍ତ ପଟ୍ଟନାୟକଙ୍କୁ ସଂଯୋଜକ ଭାବେ ଚୟନ କରାଯାଇଛି । ତେବେ ଶ୍ରୀ ପଟ୍ଟନାୟକ ଏହି ଦାୟିତ୍ୱ ପାଇବା ପରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ଶୁଭେଛା ଓ ଶୁଭ କାମନା ପ୍ରଦାନ କରାଯାଇଛି । ଜିଲ୍ଲାରେ ଏହି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଲୋକଙ୍କ ପାଇଁ ବେସ ଲାଭଦାୟକ ହେବ ବୋଲି ଆସା କରାଯାଉଥିବା ବେଳେ ଶ୍ରୀ ପଟ୍ଟନାୟକ ଏହାର ସୁପରିଚାଳନା ପାଇଁ ତଦାରଖ କରିବେ । ସୂଚନା ଥାଉକି ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମରେ ଜିଲ୍ଲାରେ ଡିଜିଟାଲ ଭିତ୍ତିଭୂମିର ବିକାଶ ସହ ରାଜ୍ୟର ଜଗନ୍ନାଥ ସଂସ୍କୃତି ଓ ସମୃଦ୍ଧ ଓଡ଼ିଆ ସଂସ୍କୃତିର ବିକାଶ କରିବା ଦିଗରେ କାର୍ଯ୍ୟ କରାଯିବାକୁ ରାଜ୍ୟ ସରକାର ନିସ୍ପତି ନେଇଥିବା ବେଳେ ଏହି ସଂଯୋଜକ ମାନେ ଏହି କାର୍ଯ୍ୟ ଗୁଡିକର ତଦାରଖ ଓ ସମୀକ୍ଷା କରିବେ ।

Leave A Reply

Your email address will not be published.