xmas

ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ୍

ମାଲକାନଗିରି, ୧୧/୧୨/୨୩: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମାଲ୍ୟବନ୍ତ ମହୋତ୍ସବ ନେଇ ଏମଭି-୧୧ ରୁ ବୁଟିଗୁଡା ୟୁ ଜି ଏମ ଇ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ମାଲ୍ୟବନ୍ତ ମହୋତ୍ସବରେ କଳା ଓ ସଂସ୍କୃତିର ବିକାଶ ସାଙ୍ଗକୁ ସାମଗ୍ରୀକ ବିକାଶର ମହତ ଉଦ୍ଦେଶ୍ୟ ରଖି ଉତ୍ତମ ସ୍ଵାସ୍ଥ୍ୟ ଗଠନର ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଶ୍ରୀ ପ୍ରଧାନ ମତ ରଖିଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ତ୍ରିନାଥ ମାଝୀ ଓ ଉପ ଜିଲ୍ଲାପାଳ, ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ମାରାଥନରେ ୪୦୦ ରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ। ବିଶେଷ ଭାବେ ଓଡ଼ିଶା ପୋଲିସ ଓ ମାଲକାନଗିରି ରେ ନିୟୋଜିତ ସୀମା ସୁରକ୍ଷା ବଳର ଯବାନ ମାନେ ଏଥିରେ ଭାଗ ନେଇଥିଲେ। ଏହି ମାରାଥନରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ମାଲ୍ୟବନ୍ତ ମୁଖ୍ୟ ଉତ୍ସବରେ ପୁରସ୍କୃତ କରାଯିବ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଆଇଆଇସି, ରିଗାନ କିଣ୍ଡୋ, ଜିଲ୍ଲା ନିୟୋଜନ ଅଧିକାରୀ, ମନସ୍ୱୀ ସେଠୀ, ଜିଲ୍ଲା ଯୁବ ଅଧିକାରୀ, ହରିଶ ରୁପଲ,
ଜିଲ୍ଲା କ୍ରୀଡା ଅଧିକାରୀ, ମାଧବ ପାଙ୍ଗି, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ ଓ ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ରଞ୍ଜନ ମହାନ୍ତି, ହରେକୃଷ୍ଣ କୀର୍ତ୍ତନିଆ, ବିନାଶ ମିଶ୍ର, ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀଙ୍କ ସମେତ ସମସ୍ତ କ୍ରୀଡା ପ୍ରଶିକ୍ଷକ ଓ କ୍ରୀଡା ବିଭାଗର କର୍ମଚାରୀ ସହାୟତା କରିଥିଲେ।

Leave A Reply

Your email address will not be published.