xmas

ନିର୍ମାଣଧୀନ ଏୟାରଷ୍ଟ୍ରିପ ପରିଦର୍ଶନ କରି ସମୀକ୍ଷା କଲେ ରାଜ୍ୟସ୍ଥରୀୟ ଅନୁଧ୍ୟାନକାରୀ ଦଳ

ମାଲକାନଗିରି,୧୨।୧୨: ଆଜି ମାଲକାନଗିରି ଜିଲ୍ଲାରେ ନିର୍ମାଣଧୀନ ଏୟାରଷ୍ଟ୍ରିପ କରଜ୍ୟର ତଦାରଖ କରିଛନ୍ତି ଏକ ଟିମ । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ଉଡାଣ ଉଦ୍ୟୋଗର ଉପଦେଷ୍ଟା ସୁରେଶ ଚନ୍ଦ୍ର ହୋତା ଏବଂ ବାୟୁ ଯାତାୟତର ଏଜିଏମ ପ୍ରଦୀପ୍ତ କୁମାର ବେଜ ଏକ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଗସ୍ତରେ ଆସି ନିର୍ମାଣଧୀନ ଏଆରଷ୍ଟ୍ରିପ ସ୍ଥଳରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲା ପାଳ ତଥା ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଡ଼ ଅକ୍ଷୟ କୁମାର ଖେମୁଣ୍ଡୁ, ରାଜ୍ୟ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଆଲୋକ କୁମାର ମହାନ୍ତି, ମାଲକାନଗିରି ପୂର୍ତ୍ତ ବିଭାଗ ଅଧିକ୍ଷକ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତରେ ମାଲକାନଗିରି ଏଆରଷ୍ଟ୍ରିପର ତଦାରଖ କାର୍ଯ୍ୟ ଶେଷ ହୋଇଛି । ତେବେ ଆସନ୍ତା ୨୦୨୪ରେ କାର୍ଯ୍ୟ ଶେଷ ହେବେ ବୋଲି ଆଶା ପ୍ରକଟ କରାଯାଇଛି ।

Leave A Reply

Your email address will not be published.