xmas

ମାଲ୍ୟବନ୍ତ ମହୋତ୍ସବ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ମାଲକାନଗିରି, ୧୪/୧୨/୨୩: ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମ ଦିନ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଉଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ଉପସ୍ଥିତ ରହିବେ। ଦ୍ଵିତୀୟ ସନ୍ଧ୍ୟାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସତ୍ୟବ୍ରତ ସାହୁ ଓ ଉଦଯାପନୀ ଉତ୍ସବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ଉଦଯାପନୀ ଉତ୍ସବରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଅର୍ଚ୍ଚନା ପାଢ଼ୀ ଓ ବିଷ୍ଣୁ ମୋହନ କବି ପରିବେଷଣ କରିବେ। ଡ଼ିସେମ୍ବର ୧୫ ରେ ଓଡ଼ିଶୀ, ରଣପା, ବଣ୍ଡା, କୟା, ଢେମସା, ଗୋଟିପୁଅ ସାଙ୍ଗକୁ ଉତ୍ତର ପ୍ରଦେଶର ମଥୁରାରୁ ମୟୁରି ରାସ, ରାଜସ୍ଥାନରୁ ଚକ୍ରି, ଆସାମରୁ ବିହୁ, ଗୁଜୁରାଟ ରୁ ଆଫ୍ରିକାନ ସିଦ୍ଧି ଆଦିବାସୀ ନୃତ୍ୟ ଓ ହରିୟାଣାରୁ ଫାଗ ନୃତ୍ୟ କାର୍ଯ୍ୟକ୍ରମ ରହିଛି। ସେହିପରି ୧୬ ସନ୍ଧ୍ୟାରେ ଆଞ୍ଚଳିକ ଲୋକ ନୃତ୍ୟ ସହ ଭାଙ୍ଗଡ଼ା, ଆଫ୍ରିକା ଆଦିବାସୀ ନୃତ୍ୟ, ଘୁମର ଇତ୍ୟାଦି ନୃତ୍ୟ କାର୍ଯ୍ୟକ୍ରମ ରହିଛି। ଡ଼ିସେମ୍ବର ୧୭ ରେ ଆଞ୍ଚଳିକ ନୃତ୍ୟ ସହ ସ୍ୱନାମଧନ୍ୟ କଣ୍ଠ ଶିଳ୍ପୀଙ୍କ ସଙ୍ଗୀତ ସନ୍ଧ୍ୟା ରହିଛି । ସେହିପରି ୧୮ ଓ ୧୯ ସନ୍ଧ୍ୟାରେ ପଲ୍ଲୀଶ୍ରୀ ମେଳା ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜୟଶ୍ରୀ ଧଳ ଓ ଶ୍ରୀତମ ସାମନ୍ତରାୟଙ୍କ ସଙ୍ଗୀତ ସନ୍ଧ୍ୟା ରହିଛି। ଗଣମାଧ୍ୟମ ପାଇଁ କଲ୍ୟାଣ ମଣ୍ଡପ, ପୋଲିସ ନିମନ୍ତେ ଜିଲ୍ଲା ପାଠାଗାର , ଅଧିକାରୀଙ୍କ ନିମନ୍ତେ ସଂସ୍କୃତି ଭବନ ଠାରେ ବ୍ୟବସ୍ଥା କରାଯାଇଛି। ମାଲ୍ୟବନ୍ତ ଉତ୍ସବ ମୁଖ୍ୟ ମଞ୍ଚ ପଛ ପାର୍ଶ୍ୱରେ ଭିଭିଆଇପି, ଭିଆଇପି ଏବଂ ପାସ୍ ଥିବା ଯାନ ଗୁଡ଼ିକର ପାର୍କିଂ ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ୍, ଏମ ଭି -୨ ଫୁଟବଲ୍ ପଡ଼ିଆ, ଆଦିବାସୀ ସଂଗ୍ରହାଳୟ, ଡି ଏନ କେ ଫୁଟବଲ୍ ପଡ଼ିଆ ଓ ବ୍ଲକ ପଡ଼ିଆ ଠାରେ ପାର୍କିଂ ନିମନ୍ତେ ଅନୁରୂପ ଭାବେ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ମାଲ୍ୟଵନ୍ତ ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ଆଡମ୍ବର ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.