xmas

ବିଏସଏଫ ପକ୍ଷରୁ ସ୍ୱାଭିମାନଞ୍ଚଳରେ ଜନସମ୍ପର୍କ ଶିବିର

ମାଲକାନଗିରି, ୧୪।୧୨: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ଗ୍ରାମ ପଞ୍ଚାୟତର ଡ଼ବଲପାହାଡ଼ ଠାରେ ଜାନବାଇ ସ୍ଥିତ ୮୮ ବାଟାଲିୟନ ବିଏସଏଫ ପକ୍ଷରୁ ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା। ଏହି ଜନସମ୍ପର୍କ ଶିବିରରେ ରାଲେଗାଡ଼ା ଓ ଆଖ ପାଖ ଅଞ୍ଚଳ ଗ୍ରାମ ଗୁଡିକରେ ବସବାସ କରୁଥିବା ୨୯୬ ଜଣ ଗ୍ରାମବାସୀ ଯୋଗ ଦେଇଥିଲେ । ୮୮ ବିଏନ ବିଏସଏଫ କମାଣ୍ଡlଣ୍ଟ ବିନୋଦ ସରିନଙ୍କ ଅଧକ୍ଷତାରେ ଗ୍ରାମ ମେମ୍ବର ପୂର୍ଶତି ଖିଲଙ୍କ ଉପସ୍ଥିତିରେ ଏହି ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା । ରାଲେଗାଡ଼ା ପଂଚୟତ ଓ ଆଖ ପାଖ ଅଞ୍ଚଳର ବହୁ ଲୋକ ଏହି ଜନସମ୍ପର୍କ ଶିବିରରେ ଯୋଗ ଦେଇଥିଲେ । ଡ଼ବଲପାହାଡ଼ ଗ୍ରାମବାସୀ ବିଏସଏଫ କମାଣ୍ଡlଣ୍ଟ ବିନୋଦ ସରିନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ବିଏସଏଫ ତରଫରୁ ବିଭିନ୍ନ ପ୍ରକାରର ଖେଳ ସାମଗ୍ରୀ ଫୂଟବଲ, ଭଲିବଲ ସେଟ, କ୍ରିକେଟ ବ୍ୟାଟ, ସ୍କିପିଙ୍ଗ ରୋପ, ଷ୍ଟିଲ ଟ୍ରେ, ଷ୍ଟିଲ ଗ୍ଲାସ, ସ୍କୁଲ ବ୍ୟାଗ, ପାଠ୍ୟ ଉପକରଣ, ଛତା, ଘର ଉପକରଣ ଓ ଘରେ ବ୍ୟବହୃତ ସାମଗ୍ରୀ ଭଳି ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରଦାନ କରାଯାଇଥିଲା l ବିଏସଏଫ ମେଡିକାଲ ଟିମ ପକ୍ଷରୁ ୨୧ ଜଣ ପୁରୁଷ, ୨୩ ଜଣ ମହିଳା, ୧୨ ଜଣ ଶିଶୁଙ୍କ ସମେତ ସମୁଦାୟ ୫୬ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଏସଏଫ କାମାଣ୍ଡେଣ୍ଟ ବିନୋଦ ସରିନ ସ୍ଥାନୀୟ ଯୁବକ, ଯୁବତୀଙ୍କୁ ପାଠ ପଢିବାସହ ଦେଶ ମାତୃକାର ସେବା କରିବା ପାଇଁ ସିକୁରିଟି ଫୋର୍ସରେ ଯୋଗଦେଇ ନିଜ ଜନ୍ମ ମାଟିର ନାମ ଉଜ୍ୱଳ କରିବାକୁ କହିଥିଲେ। ରାଲେଗାଡ଼ା ପଞ୍ଚାୟତ ଠାରେ କିଛି ବର୍ଷ ହେଲା ବିଏସଏଫ ପକ୍ଷରୁ ବର୍ଷକୁ ଥରେ ଜନସମ୍ପର୍କ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଗ୍ରାମବାସୀଙ୍କୁ ନେଇ ଏହି ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି l

Leave A Reply

Your email address will not be published.