xmas

ଅଜନ୍ତା ଫୁଟକେୟାରର ଭୁବନେଶ୍ୱରରେ ପ୍ରଥମ ଫ୍ଲାଗଶିପ ଷ୍ଟୋର

ଭୁବନେଶ୍ୱର, ୧୫ ଡିସେମ୍ବର ୨୦୨୩: ମଲ୍ଟି ବ୍ରାଣ୍ଡ ଆଉଟଲେଟ ପ୍ୟାନ ଇଣ୍ଡିଆରେ ୧୯୫୬ ଠାରୁ ଗତ ୬୭ ବର୍ଷ ଧରି ଫୁଟକେୟାର ବ୍ରାଣ୍ଡରେ ନିଜର ଉପସ୍ଥିତି ଜାହିର କରିଥିବା ଅଜନ୍ତା ସୁଜ୍‌ର ସ୍ୱତନ୍ତ୍ର ଖୁଚୁରା ଚେନ ଭୁବନେଶ୍ୱରର ଅଶୋକନଗରରେ ଏହାର ପ୍ରଥମ ଫ୍ଲାଗଶିପ ଷ୍ଟୋର ଆରମ୍ଭ କରିଛି । ଏହି ଷ୍ଟୋରକୁ ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ଅଜନ୍ତା ସୁଜ୍‌ର ଏମଡି ସୁଶ୍ରୀ ସୌମୀ ବଣିକଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି ।

୮୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ଅଶୋକନଗରରେ ଥିବା ଏହି ଷ୍ଟୋରର ଗୋଟିଏ ଛାତ ତଳେ ଷ୍ଟାଇଲ ଏବଂ ଆରାମ ଦାୟକ ବିଭିନ୍ନ ପ୍ରକାର ସୁଜ୍ ଉପଲବ୍ଧ ହେଉଛି । ସମସ୍ତଙ୍କର ପସନ୍ଦ ଏବଂ ପକେଟକୁ ସୁହାଇଲା ଭଳି ଷ୍ଟୋରରେ ଜୋତା, ସାଣ୍ଡାଲ ଏବଂ ସ୍ଲିପରର ବିଭିନ୍ନ ବର୍ଗ ମହଜୁଦ ରହିଛି ।

ଯେହେତୁ ଅଶୋକନଗରକୁ ଜୋତା ହବ ଭାବରେ ବିବେଚନା କରାଯାଏ, ଭୁବନେଶ୍ୱରର ଅନ୍ୟ ଜୋତା ବ୍ରାଣ୍ଡର ଉପସ୍ଥିତି ସହିତ, ଅଜନ୍ତା ଫୁଟକେୟାର ଏହି ସ୍ଥାନକୁ ଓଡିଶା ବଜାରରେ ଗ୍ରାହକମାନଙ୍କ ସହିତ ଅଦ୍ୱ ିତୀୟ ଶପିଂ ଅଭିଜ୍ଞତା ପ୍ରଦାନ କରିବାକୁ ଚୟନ କରିଛି । ଏହି ବ୍ରାଣ୍ଡ ଏହାର ସଫଳ ଫ୍ରାଚାଂଇଜ ମଡେଲ ମାଧ୍ୟମରେ ଓଡିଶାରେ ଏହାର ନେଟୱାର୍କକୁ ବିସ୍ତାର କରିବାକୁ ଯୋଜନା କରୁଛି । ତେଣୁ ଉଦ୍ୟୋଗୀମାନଙ୍କଠାରୁ ୫୦୦ବର୍ଗଫୁଟ ସ୍ଥାନ ଆବଶ୍ୟକ କରୁଛି ।

ଓଡିଶାର ଏହି ପ୍ରଥମ ଷ୍ଟୋର ସହିତ ବ୍ରାଣ୍ଡ କ୍ରୀଡା ଏବଂ ମହିଳାଙ୍କ ଉପଯୋଗୀ ସୁଜ୍ ୍ ଉପରେ ଧ୍ୟାନ ଦେଉଛି ଯାହା ଅନ୍ୟ ବର୍ଗ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭୁବନେଶ୍ୱର ପୂର୍ବାଚଂଳର ସର୍ବଶେଷ କ୍ରୀଡ଼ା ରାଜଧାନୀ ହୋଇଥିବାରୁ ଏହି ବ୍ରାଣ୍ଡ କ୍ରୀଡା ପୋଷାକ ଇମ୍ପାକ୍ଟୋ ୬୯୯ ଟଙ୍କାରୁ ୧୯୯୯ ଟଙ୍କା ମଧ୍ୟରେ କ୍ରୀଡା ଜୋତା ଉପରେ ଗୁରୁତ୍ୱ ଦେଉଛି । ଚାଲିଥିବା ବିବାହ ଋତୁ ସହିତ ଏହି ବ୍ରାଣ୍ଡରେ କିଆରା ସୁନ୍ଦର ମହିଳା ଷ୍ଟିଲେଟୋ, ସ୍ଲିପର,ବ୍ୟାକବେଲ୍ଟ ଏବଂ କାଜୁଆଲ ଜୋତା ଷ୍ଟୋରରେ ଉପଲବ୍ଧ ହେଉଛି । ଏହାର ଦାମ ୬୯୯ ଟଙ୍କାରୁ ୧୬୯୯ ଟଙ୍କା ମଧ୍ୟରେ ରହିଛି । ବର ପାଇଁ ଇମ୍ପ୍ରିଓ ଫର୍ମାଲ ଜୋତା ଏବଂ ଉତ୍କୃଷ୍ଟ ଚମଡ଼ା ସାମଗ୍ରୀ ୬୯୯ ଟଙ୍କାରୁ ୨୯୯୯ ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି । ଷ୍ଟୋରରେ ବିଭିନ୍ନ ସମୟରେ ବ୍ୟବହାର କରାଯାଉଥିବା ସମସ୍ତ ରେଞ୍ଜରେ ବ୍ରାଇଡାଲ ବ୍ୟାଗ, ଭେନିଟି ବ୍ୟାଗ ଭଳି ଆସେସୋରିଜ ମଧ୍ୟ ରହିଛି ।

ଏହି ଅବସରରେ ଅଜନ୍ତା ଫୁଟ କେୟାରର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ସୌମି ବଣିକ କହିଛନ୍ତି, ଏହି ଫ୍ଲାଗଶିପ ଷ୍ଟୋର ସହିତ ଭୁବନେଶ୍ୱରରେ ଆମର ପ୍ରବେଶ ଘୋଷଣା କରିଥିବାରୁ ଆମେ ବେଶ ଉତ୍ସାହିତ । ଏହା ଭାରତରେ ଆମର ୧୫୧ତମ ଷ୍ଟୋର । ବ୍ୟବସାୟରେ ୬୭ ବର୍ଷର ପରମ୍ପରା ବଜାଇ ରଖିଥିବା ଅଜନ୍ତା ଫୁଟକେୟାର, ନୂତନତ୍ୱ ଏବଂ ବିଶ୍ୱାସର ଶକ୍ତି ଉପରେ ବିଶ୍ୱାସ କରେ । ଏକ ସୁଲଭ ମୂଲ୍ୟର ସୀମାକୁ ମନେ ରଖି ଗୁଣବତା ଉପରେ ଆପୋଷ ବୁଝାମଣା ନ କରି ଆମର ବୃହତ ଉପଭୋକ୍‌ତା ଆଧାରକୁ ଆରାମଦାୟକ ଏବଂ ଷ୍ଟାଇଲିସ ଉତ୍ପାଦ ପ୍ରଦାନ କରିବାକୁ ଆମେ ସର୍ବଦା ଚେଷ୍ଟା କରିଥାଊ । ଆମେ ଏକ ସ୍ଥାୟୀ ବିକାଶ ପଥରେ ଅଛୁ ଏବଂ ଜଳବାୟୁ ନିରପେକ୍ଷ ଫୁଟୱେୟାର ସୃଷ୍ଟି କରିବା ଜାରି ରଖିଛୁ । ଭୁବନେଶ୍ୱରରେ ଏହି ଉଦ୍ୟମ ସହିତ, ଆମେ ଅଂଶୀଦାର ହୋଇଥିବାରୁ ଆନନ୍ଦିତ । ଆମେ ଏକ ସମ୍ପ୍ରସାରଣ ଧାରାରେ ଅଛୁ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ କଟକ, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବ୍ରହ୍ମପୁର ଭଳି ସହରରେ ଆମର ପ୍ରବେଶ ଯୋଜନା କରୁଛୁ । ଏକ ବ୍ରାଣ୍ଡ ଭାବରେ ଆମର ଧ୍ୟାନ ମଧ୍ୟ ରହିଛି ଆମେ ଆସାମର ଉତର ପୂର୍ବ ବଜାରରେ ବାରପେଟ୍ଟା ରୋଡ ଏବଂ ଦିବ୍ରୁଗଡରେ ଶୀଘ୍ର ଷ୍ଟୋର ଖୋଲିବୁ । ଆମେ ଆମର ସମସ୍ତ ପୃଷ୍ଠପୋଷକଙ୍କୁ ସହରର ଏହି ନୂତନ ଷ୍ଟୋର୍ ପରିଦର୍ଶନ କରିବାକୁ ଏବଂ ଆମର ବ୍ୟାପକ ଉତ୍ପାଦ ତାଲିକାରୁ ସେମାନଙ୍କର ପ୍ରିୟ ଫୁଟୱେର ବାଛି ନେବାକୁ ସ୍ୱାଗତ କରୁଛୁ ।

ଏହି ଅବସରରେ ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ କହିଛନ୍ତି, ଅଜନ୍ତା ଫୁଟକେୟାରର ଭୁବନେଶ୍ୱରର ଅଶୋକନଗରର ଏହି ନୂତନ ଷ୍ଟୋରର ଉଦଘାଟନ ସମୟରେ ମୁଁ ଉପସ୍ଥିତ ଥିବାରୁ ଆନନ୍ଦିତ । ଗୁଣବତା ଏବଂ ବ୍ରାଣ୍ଡ ପ୍ରତିଶ୍ରୁତି ବିଷୟରେ ମୁଁ ଏହି ବ୍ରାଣ୍ଡକୁ ବହୁ ପୂର୍ବରୁ ଜାଣିଛି । ଏଠାରେ ଥିବା ପରିସର ବାସ୍ତବରେ ଆଶ୍ଚର୍ଯ୍ୟଜନକ ଏବଂ ମୁଁ ନିଶ୍ଚିତ ଯେ ଲୋକମାନେ ଏଠାକୁ ଆସିବାକୁ ଭଲ ପାଇବେ । ମୁଁ ନିଜେ ଦୁଇଟି ଆଇଟମ ଧରି ସେମାନଙ୍କ କ୍ୱିରା ସଂଗ୍ରହକୁ ଚେଷ୍ଟା କରିଥିବାରୁ ବେଶ ଉତ୍ସାହିତ । ସେଗୁଡ଼ିକ ବହୁତ ଷ୍ଟାଇଲିସ ଓ ପାଦ ପାଇଁ ବେଶ୍ ସହଜ ଏବଂ ଅରାମଦାୟକ । ଏହି ବ୍ରାଣ୍ଡର ସବୁଠାରୁ ଅନନ୍ୟ ଗୁଣ ହେଉଛି ଏହାର ତୁଳନାତ୍ମକ ମୂଲ୍ୟ ସୀମା । ଭବିଷ୍ୟତରେ ମୁଁ ଅଜନ୍ତା ଫୁଟକେୟାରର ବିକାଶ ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ଭୁବନେଶ୍ୱର ତଥା ଏହାର ଆଖପାଖରେ ଥିବା ଲୋକଙ୍କୁ ଷ୍ଟୋରକୂ ଆସି କଲେକସନ ଦେଖିବାକୁ ଉତ୍ସାହିତ କରୁଛି ।

Leave A Reply

Your email address will not be published.