xmas

ଆଥଲେଟିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ

ମାଲକାନଗିରି ତା ୧୮/୧୨/୨୩ରିଖ: ଓଡିଶା ସରକାରଙ୍କ ଦ୍ୱାରା ଚାଲୁ ରହିଥିବା ନୂତନ, ଉନ୍ନତ, ଅଭିଳାଷ-ଓଡିଶା (ନୂଆ-ଓ) କାର୍ଯ୍ୟକ୍ରମ ଆନୁକୂଲ୍ୟରେ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଆଥଲେଟିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଅଛି l ଛାତ୍ରଛାତ୍ରୀ ମାନେ ମଶାଲ ରାଲି କରି ଫେରିବା ପରେ ସାମାଜିକ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ପ୍ରାୟତଃ ଏକ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ଳାକାର୍ଡ ଧରି ସମାଜରେ ଥିବା ସାମାଜିକ ସମସ୍ୟା ଯେପରିକି ବାଲ୍ୟ ବିବାହ ବନ୍ଦ କରିବା, ନିଶା ମୁକ୍ତ ସମାଜ ଗଠନ, ଶିକ୍ଷାର ପ୍ରଗତି, ଅନ୍ଧ ବିଶ୍ୱାସରୁ ଦୁରେଇ ରହିବା ଇତ୍ୟାଦି ସ୍ଲୋଗାନ ମାନ ଦେଇ ସମାଜକୁ ସଚେତନତାର ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଥିଲେ l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରିର ପୂର୍ବତନ ବିଧାୟକ ମାନସ ମାଡ଼କାମୀ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ଓ ସମାଜ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରେରଣା ଦେଇଥିଲେ l ସ୍ୱତନ୍ତ୍ର ମୁଖ୍ୟ ଅତିଥି ଭାବେ ମାଲକାନଗିରି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଗୌରୀ ପଡିଆମୀ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କର କ୍ରୀଡା ଓ ସାମାଜିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକୁ ପ୍ରଶଂସା କରିଥିଲେ l ମୁଖ୍ୟବକ୍ତା ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି ଯୋଗଦାନ କରି କ୍ରୀଡାରେ ରହିଥିବା ବିଭିନ୍ନ ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନୋଡାଲ ଅଧିକାରୀ ଡ଼. ରଞ୍ଜନ କୁମାର ସ୍ୱାଇଁ ସହଯୋଗ କରିଥିବା ବେଳେ +2 ବର୍ଗର ନୋଡାଲ ଅଧିକାରୀ ଉମେଶ ଚନ୍ଦ୍ର ରାଉତ କାର୍ଯ୍ୟ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଗୌତମ ନାୟକ, ସୁଶାନ୍ତ ମାଝୀ, ଟୁକୁନା ବଡୁ, ପ୍ରମୀୟ କୁମାର ମହାନ୍ତି, ବି ଗୁପ୍ତେଶ୍ୱର ରାଓ, ଅଧ୍ୟାପିକା ପ୍ରେମରେଖା ଭତ୍ରା, ଲିପ୍ସାରାଣୀ ନାୟକ, ଆରତୀ ଲୁଗୁନ, ଦିପ୍ତୀରେଖା ମିଶ୍ର ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ଓ ଆଲୁମୁନି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଗୌରୀ ପ୍ରଡ଼କ୍ସନ ସମସ୍ତ କାର୍ଯ୍ୟକ୍ରମକୁ ନିଜ କ୍ୟାମେରା ଓ ଡ୍ରୋନ କ୍ୟାମେରା ସାହାଯ୍ୟରେ ଫୋଟ ଓ ଭିଡିଓ ଉତ୍ତୋଳନ କରିଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ଗଣେଶଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏକ ଗୃପସୁନ୍ଦର ଢେମସା ନୃତ୍ୟ ପରିବେଷଣ କରିଥିଲେ l ଅତିଥିମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା l କାର୍ଯ୍ୟକ୍ରମକୁ ଜିଲ୍ଲା ନୋଡାଲ ଅଧିକାରୀ ଡ଼. ରଞ୍ଜନ କୁମାର ସ୍ବାଇଁ ତଦାରଖ କରିଥିବା ବେଳେ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଅନ୍ୟାନ୍ୟ ସ୍ବେଛାସେବୀମାନେ ସହଯୋଗ କରିଥିଲେ l

Leave A Reply

Your email address will not be published.