xmas

ସଡ଼କ ଦୁର୍ଘଟଣା ଚାରି ଆହତ

ମାଲକାନଗିରି, ୧୮।୧୨: ମାଲକାନଗିରି ଜିଲ୍ଲା ସଦର ମହକୁମାର ୩୨୬ ନଂ ଜାତୀୟ ରାଜପଥରେ ସୋମବାର ଦିନ ସଡ଼କ ଦୁର୍ଘଟଣାରେ ଚାରିଜଣ ଆହତ ହୋଇଛନ୍ତି l ଦୁର୍ଘଟଣା ସ୍ଥଳରେ ଥିବା ଲୋକଙ୍କ କହିବା ଅନୁଯାଇ ଦ୍ରୁତ ଗତିରେ ଆସୁଥିବା ଏକ ସୁଇପ୍ଟ ଡିଜାୟାର କାର ଗାଡି ନଂ ଓଡି ୦୨ବିପି ୪୦୬୪ ଅନିୟନ୍ତ୍ରିତ ହୋଇ ଏକ ମୋଟର ସାଇକେଲ ଓ ସ୍କୁଟିକୁ ଧକା ଦେଇଥିଲା । ଯାହା ଫଳରେ ଏହି ଦୁର୍ଘଟଣାରେ କାର, ବାଇକ ଏବଂ ସ୍କୁଟି ଚାଳକ ସମେତ ଚାରି ଆହତ ହୋଇଥିଲେ l ଏହି ଦୁର୍ଘଟଣାରେ ମୋଟର ସାଇକେଲ ଓଡି ୩୦ ୪୩୦୩ର ଆଗ ଚକ ମୋଟର ସାଇକେଲରୁ ଭାଙ୍ଗି ଅଲଗା ହୋଇଯାଇଥିବା ବେଳେ କାରଟି ସଡ଼କ ନିକଟରେ ଥିବା ଏକ ଘର ମୁହଁରେ ପଶିଯାଇଥିବା ଦେଖିବାକୁ ମିଳିଥିଲା l ଦୁର୍ଘଟଣା ହେବା ପରେ ଆଖପାଖ ଲୋକ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ଏହି ଦୁର୍ଘଟଣାରେ ବାଇକ ଚାଳକ ଗମ୍ଭୀର ଆହତ ହୋଇଥିବା ବେଳେ କାରରେ ଥିବା ଦୁଇଜଣଙ୍କ ମଧ୍ୟ୍ୟରୁ ଜଣଙ୍କ ମୁଣ୍ଡ ଫାଟି ଯାଇଛି । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚାରି ଜଣଙ୍କ ଚିକିତ୍ସା ଜାରି ରହିଛି l ମାଲକାନଗିରି ପୋଲିସ ଏହି ବିଷୟରେ ସୂଚନା ପାଇ ଦୁର୍ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.