xmas

ଅଟୋ ରିକ୍ସା ମାଧ୍ୟମରେ ଫସଲ ଅମଳ

ଚିତ୍ରକୋଣ୍ଡା: ଚାଷୀମାନେ ଫସଲ ଉପାର୍ଜନ ପରେ ଖଳାରେ ରଖି ମେସିନ, ଗାଇଗୋରୁ କିମ୍ଭା ହାତରେ ବାଡେଇ ଫସଲ ଅମଳ କରନ୍ତି କିନ୍ତୁ
ଫସଲ ଅମଳର ଏକ ଅଭିନଵ ଉପାୟ କରିଛନ୍ତି ମାଲକାନଗିରି ଜିଲ୍ଲାର ସ୍ୱାଭିମାନାଞ୍ଚଳବାସୀ । ଏକ ଚାଷୀ ଅଟୋ ମାଧ୍ୟମରେ ଖଳାରେ ରଖିଥିବା ଫସଲ ଉପରେ ଗୋଲଗୋଲ ବୁଲେଇ ନଢ଼ାରୁ ଶସ୍ୟ ଅଲଗା କରୁଥିବା ଦେଖିବାକୁ ମିଳିଥିଲା । ଚାଷୀ କହିବା ଅନୁଯାୟୀ କମ ଖର୍ଚ୍ଚ ସହ ଅଳ୍ପ ସମୟରେ ଅଟୋ ମାଧ୍ୟମରେ ହେଉଛି । ଗାଇ ଗୋରୁ ଦ୍ୱାରା କଲେ ଡେରି ହେବା ସହ ଲୋକେ ଅଧିକା ଦରକାର, ତେଣୁ ସେମାନେ ଅଟୋ ଦ୍ୱାରା ଖଲାରେ ଅମଳ କରୁଛନ୍ତି । ଏପରି ଭାବରେ ଧାନ, ମାଣ୍ଡିଆ, ବିରି, କୋଳଥ ଏଭଳି ସହଜ କରୁପାରୁଛନ୍ତି ବୋଲି ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତର ସାରିଆଗୁଡା ଗ୍ରାମ ମୁକୁନ୍ଧ ହଁତାଲ କହିଛନ୍ତି ।

Leave A Reply

Your email address will not be published.