xmas

ପୋଲାଭରମ ହେଲେ ବୁଡିବ ମୋଟୁ ବୁଡିବ ମାଲକାନଗିରି ଜିଲ୍ଲାର ଅନେକ ଗାଁ

ପ୍ରକଳ୍ପକୁ ବିରୋଧ କରି ସାଇକେଲ ରେ ଯାତ୍ରା ଆରମ୍ବ କଲେ ମାଲକାନଗିରି ବାର ଆସୋସିଏସନର ସଭାପତି ଲମ୍ବୋଦର ତୁରୁକ
ମାଲକାନଗିରି: ପ୍ରଥମେ ଜଳ ସମାଧୂ ତାପରେ ପଦଯାତ୍ରା ଆଉ ବର୍ତମାନ ସାଇକେଲ ଯାତ୍ରା ଭଳି ଏକାଧୂକ ପ୍ରୟାସ ମା ମାଧ୍ଯମରେ ପୋଲାଭରମ ପ୍ରକଳ୍ପକୁ ବିରୋଧ ସହ ନିଜର ପ୍ରତିବାଦ ଜଣାଇ ଆସିଛି ପୋଲାଭରମ ବିରୋଧୀ ମଂଚ । ଏଥିପାଇଁ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସୀମାନ୍ଧ ମୋଟୁ ଠାରୁ ଜିଲ୍ଲା ଓକିଲ ସଂଘ ସଭାପତି ଲମ୍ବୋଦର ତୁରୁକଙ୍କ ଦ୍ବାରା ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ମୋଟୁ ଠାରୁ ପୁରୀ ଅଭିମୁଖେ ସାଇକେଲ ଯାତ୍ରା । ଏହି ସାଇକଲ ଯାତ୍ରା ମାଧ୍ୟମରେ ଓଡିଶା ବାସୀଙ୍କୁ ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମିତ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ପ୍ରଭାବିତ ଅଂଚଳ ଓ କ୍ଷୟକ୍ଷତି ବାବଦରେ ଲୋକଙ୍କୁ ଅବଗତ କରାଯିବ ବୋଲି ଜଣାପଡିଛି । ଗତ ଏକ ଦଶନ୍ଧି ଧରି ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାର ପ୍ରଭାବିତ ୧୮ ଗ୍ରାମର ଦୁର୍ଦଶା ବାବଦରେ ଜିଲ୍ଲା, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏବେବି ମାଲକାନଗିରି ବାସୀଙ୍କୁ ଅବହେଳା କରାଯାଉଥ‌ିବା କୁହାଯାଇଛି । ଆଜି ସକାଳୁ ଶାବେରୀ ଓ ସିଲେରୁ ନଦୀର ସଙ୍ଗମ ସ୍ଖଳରୁ କଳସ ଯୋଗେ ପାଣି ଉଠାଇ ସାଇକେଲ ଯୋଗେ ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ସଭାପତି ଲମ୍ବୋଦର ତୁରୁକ ପୁରୀ ଧାମକୁ ଯାତ୍ରା କରି ଶାନ୍ତିପୂର୍ଣ୍ଣ ଭାବରେ ନିଜର ପ୍ରତିବାଦ ଜଣାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.