xmas

ମାଲକାନଗିରି ଆଦର୍ଶ ମହାବିଦ୍ୟାଳୟର ନୂଆ-ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପନ ଉତ୍ସବ ପାଳନ

ମାଲାକାନଗିରି ତା ୨୧/୧୨/୨୦୨୩: ଅନେକ ଦିନ ଧରି ଚାଲିଥିବା “ନୂଆ-ଓ” କାର୍ଯ୍ୟକ୍ରମ ଅତି ଉତ୍ସବ ମୂଖର ହୋଇ ଆଦର୍ଶ ମହାବିଦ୍ୟାଳୟ ମାଲାକାନଗିରି ଠାରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଡୁ, ମୁଖ୍ୟ ଅତିଥି ରୁପେ ଯୋଗଦେଇ ଭବିଷ୍ୟତରେ କିଛି ଉତ୍ତମ କାର୍ଯ୍ୟପାଇଁ ସ୍ବପ୍ନ ଦେଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ . ବିକ୍ରମଦେବ ବିଶ୍ଵ ବିଦ୍ୟାଳୟ ପ୍ରଫେସର ଦେବୀପ୍ରସାଦ ମିଶ୍ର ଓ ଏସ ଡ଼ି ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ବିଶ୍ଵ ବିଦ୍ୟାଳୟ ଗୌରବ ବଡ଼ାଇବା ପାଇଁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଉଦୟ ନାୟକ ଏନ ସି ସି ଅଧିକାରୀ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ, ମାଲକାନଗିରି ନୂଆ – ଓ କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ଡଃ ରଂଜନ କୁମାର ସ୍ଵାଇଁ ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରି, ଏହି କାର୍ଯ୍ୟ କ୍ରମରେ ସମସ୍ତ ଛାତ୍ର ଛାତ୍ରୀକୁ ସୁ ମଳିକ ହେବା ପାଇଁ ପରାମର୍ଶ ଦେଇଥିଲେ,,ମହା ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ କେ ଗୋପାଳ ରାଓ, ଦୁର୍ଗା ପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଆଲୋକ କୁମାର ପାତ୍ର ସଭାପତିତ୍ଵ କରିଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ମହାନନ୍ଦ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡ଼ା ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ବିଜୟୀ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା । ସରକାରଙ୍କ ନିର୍ଦ୍ଦେଶିତ ଏହି କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଆଣିପାରିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ। ମହା ବିଦ୍ୟାଳୟର ଶିକ୍ଷା ସହିତ ଏହି କାର୍ଯ୍ୟକ୍ରମ ଏକ ଭିନ୍ନ ଅନୁଭୁତି ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମକ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହିତ ମହାବିଦ୍ୟାଳୟର କର୍ମଚାରୀ ସହିତ ପ୍ରାୟ ୫୦୦ ଉର୍ଦ୍ଧରୁ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ସଭା ଶେଷରେ ନୋଡ଼ାଲ ଅଧିକାରୀ ଡଃ ନାଇଜେଲ ପିଟର ଓବ୍ରିନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.