xmas

ମହାମହିମ ରାଜ୍ୟପାଳ ଏବଂ ଭାରତୀୟ ରେଡ଼କ୍ରସ ଓଡ଼ିଶା ଶାଖାର ଚେୟାର ପର୍ସନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ମାଲାକାନଗିରି ତା ୨୧/୧୨/୨୦୨୩: ମାଲାକାନଗିରି ଜିଲ୍ଲା ଯୁବ ରେଡ଼କ୍ରସ ଶାଖା ତରଫରୁ ସ୍ଥାନୀୟ ସର୍କିଟ ହାଉସ ପରିସର ଭିତରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁଵର ଦାସଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଉପ ସଭାପତି ଜିଲ୍ଲା ରେଡ଼କ୍ରସ ସୋସାଇଟି ସଂପାଦକ ଚିତ୍ତରଞ୍ଜନ ପିଲା ଉପସ୍ଥିତ ରହି ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଜିଲ୍ଲା ଯୁବ ରେଡକ୍ରସ ଆବାହକ ଓ ସଂପାଦକ ଡଃ ରଂଜନ କୁମାର ସ୍ଵାଇଁ ରାଜ୍ୟପାଳଙ୍କ ଆଗମନୀରେ ଆନନ୍ଦ ପ୍ରକାଶ କରିବା ସହିତ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ବିପୁଳ ସ୍ଵାଗତ କରିଥିଲେ । ଏହି କାର୍ଯ୍ୟକ୍ରମର ମାଲକାନଗିରି ଜିଲ୍ଲାର ଅନ୍ୟାନ୍ୟ ବିଭାଗର ଗୁରୁତ୍ଵପୂର୍ଣ୍ଣ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଭାରତୀୟ ରେଡକ୍ରସ ସୋସାଇଟି ମାଲାକାନଗିରି ଜିଲ୍ଲା ଶାଖା ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିବାରୁ ଶାଖା ପ୍ରଶଂସା ହୋଇଥିଲା।

Leave A Reply

Your email address will not be published.