xmas

ଅମୀୟ ପାଣ୍ଡବ ହେଲେ ଓଡିଶା ପ୍ରଦେଶ କଂଗ୍ରେସର ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ

ଭୁବନେଶ୍ବର: କଂଗ୍ରେସର ଯୁବ ନେତା ଅମୀୟ ପାଣ୍ଡବ ହେଲେ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ। ଆଜି ଏ ନେଇ ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ସର୍ବ ଭାରତୀୟ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ଅମୀୟଙ୍କ ସହିତ ଆଉ ଚାରିଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।

ଓଡିଶାର ସମାଜିକ ଗଣମାଧ୍ୟମର ଅଧ୍ୟକ୍ଷଙ୍କ ବ୍ୟତିତ ଆଉ ୪ ଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ମନୀଷା ଦାସପଟ୍ଟନାୟକ, ସୁଶାନ୍ତ ମହାରଣା, ମୁକେଶ ଅଗ୍ରୱାଲ ଏବଂ ଅନଶା ପ୍ରଧାନ। ଏମାନେ ତୁରନ୍ତ ସେମାନଙ୍କ କାର୍ଯ୍ୟରେ ଯୋଗଦେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.