xmas

ସମ୍ ଅଲ୍ଟିମେଟ୍ କ୍ରୀଡା ‘ସମ୍ମମନ୍ୱୟ-୨୦୨୩’ ଉଦ୍‌ଯାପିତ

ଭୁବନେଶ୍ୱର, ୨୬/୧୨: ସମ୍ ଅଲ୍ଟିମେଟ୍ ମେଡିକେୟାରର ପ୍ରଥମ ସ୍ପୋର୍ଟ ମିଟ୍ ‘ସମ୍ମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍‌ରେ ଭାଗ ନେଇଥିବା ୧୦ଟି ଟିମ୍ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍ ଚାମ୍ପିଅନ୍ ହୋଇଛି ।
‘ସମ୍ମମନ୍ୱୟ -୨୦୨୩’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଗୃହ, ବୈଦ୍ୟୁତିକ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ମଣିଷ ଜୀବନର ଅବିଚ୍ଛେଦ ଅଙ୍ଗ ବୋଲି କହିଥିଲେ ।

ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଏଭଳି କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିବା ଉଚିତ୍ । ଏହା କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିମ୍ବା ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରି ନଥାଏ ବରଂ ଲୋକମାନଙ୍କ ମଧ୍ୟରେ ଏକତା ଓ ଶୃଙ୍ଖଳା ଆଣିଥାଏ ବୋଲି ସେ କହିଥିଲେ ।

ଶ୍ରୀ ବେହେରା କହିଥିଲେ ଯେ ଓଡ଼ିଶା ସରକାର ବିଭିନ୍ନ କ୍ରୀଡ଼ାର ଉନ୍ନତି ନିମନ୍ତେ ମନୋନିବେଶ କରୁଥିôବା ବେଳେ ‘ଖୋ ଖୋ’କୁ ବିଶେଷ ପ୍ରୋତ୍ସାହନ ଦେଉଛନ୍ତି ।

ଶ୍ରୀ ବେହେରାଙ୍କୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ସ୍ୱାଗତ କରିବା ଅବସରରେ ସମାଜ ପାଇଁ କ୍ରୀଡ଼ାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସ୍ପୋର୍ଟ୍ସ ମିଟ୍‌କୁ ସଫଳ କରିଥିବାରୁ ସେ ସମ୍ମମ୍ ପରିବାରକୁ ଧନ୍ୟବାଦ ଜଣାଇଥିଲେ ।

ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭଲିବଲ୍‌, କ୍ରିକେଟ, ଟଗ୍ ଅଫ୍ ୱାର, ଥ୍ରୀ ଲେଗ୍‌ଡ ରେସ୍‌, ମ୍ୟୁଜିକାଲ୍ ଚେୟାର, ଲେମନ୍ ସ୍ଫୁନ୍ ରେସ୍‌, କ୍ୟାରମ୍‌, ବ୍ୟାଡମିଂଟନ୍ ଏବଂ ୧୦୦ ମିଟର ଦୌଡ ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏସବୁ ମଧ୍ୟରେ ‘ନେବୁଲା ନୋମାଡ୍ସ’ ଦଳର ପ୍ରଦର୍ଶନ ପ୍ରଂଶସନୀୟ ରହିଥିଲା ।

ଡିସେମ୍ବର ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଆୟୋଜିତ ହୋଇଥିବା ଏହି ସ୍ପୋର୍ଟ୍ସ ମିଟ୍‌ରେ ୧୦ଟି ଦଳ ସାମିଲ ହୋଇଥିଲେ । ଦଳ ଗୁଡିକ ହେଲେ ଅରୋରା ଆଭେଞ୍ଜର୍ସ, ଫୋନେକ୍ସ ଫାନ୍‌ଟମ୍ସ, ଫ୍ୟୁଜନ୍ ଫୋର୍ସ, ସେଲେଷ୍ଟିଆଲ୍ କ୍ରସର୍ସ, ଜେନିଥ୍ ଜିଲଟ୍ସ, ଗ୍ୟାଲାକ୍ସି ଗ୍ଳାଡିଏଟର୍ସ, କ୍ୱାଂଟମ୍ସ କ୍ୱାସର୍ସ, ସ୍ପିଫ୍ଟ ଷ୍ଟ୍ରାଇକର୍ସ ଓ ରୋଗ୍ ରାଇଡର୍ସ ।

ମନ୍ତ୍ରୀ ଶ୍ରୀ ବେହେରା ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ବଡ଼ଦିନ ଅବସରରେ ଏକ କେକ୍ ମଧ୍ୟ କଟାଯାଇଥିଲା । ଏହି ଅବସରରେ ସିଇଓ ଡକ୍ଟର ଦାଶ , ସିଏମ୍‌ଏସ୍ ପ୍ରଫେସର (ଡକ୍ଟର) ବିରାଜ ମୋହନ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌-୫ ସ୍ଥିତ ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.