xmas

ବଣିଆ ସାହି ଲକ୍ଷ୍ମୀପୂଜା ଉଦଯାପିତ

କଣ୍ଟାପଡା, ତା ୨୮ା୧୨: ସ୍ଥାନୀୟ ଗୋବିନ୍ଦପୁର ବଣିଆ ସାହିରେ ଲକ୍ଷ୍ମୀପୂଜା ମହା ସମାରୋହରେ ଶେଷ ହୋଇଛି । ୧୮ ବର୍ଷ ହେଲା ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଏ ବର୍ଷ ଦୀର୍ଘ ୭ଦିନ ଧରି ଚାଲିବାରେ ବୁଧବାର ପୂଜାର ଅନ୍ତିମ ଦିବସରେ ଠାକୁରମାନଙ୍କ ବିସର୍ଜ୍ଜନ କରାଯାଇଛି । ପଣ୍ଡିତ ବିଷ୍ଣୁ ଚରଣ ଦାଶଙ୍କ ଦ୍ବାରା ପୂଜା କାର୍ୟ୍ୟ ସମ୍ପାଦନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଚନ୍ଦ୍ରମଣି ସାହୁ, ଦ୍ବିଜବର ସାହୁ, ଅଲେଖ ସେନାପତି, ରବି ନାରାୟଣ ମହାପାତ୍ର, ଗଣେଶ୍ବର ମହାପାତ୍ର, ସନାତନ ସାହୁ, ସଞ୍ଜୁକ୍ତା ସେନାପତି, ସୁମିତ୍ରା ମହାପାତ୍ର, ମିନାରାଣୀ ମହାପାତ୍ର, ଉର୍ମିଳା ସାଥୁଆ, ରଶ୍ମିତା ସାଥୁଆ, ସରୋଜିନି ସେନାପତି, ଚଞ୍ଚଳି ସାହୁ, କଣ୍ଢେଇ ସାହୁ, ପ୍ରେମଲତା ମହାପାତ୍ର, ଚିତ୍ତରଞ୍ଜନ ସେନାପତି, କାଳନ୍ଦୀ ସାଥୁଆ, ବିଶ୍ବରଞ୍ଜନ ସେନାପତି ପ୍ରମୁଖ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.