ମେଡ଼ିକାଲ୍ର ତୃତୀୟ ମହଲାରେ କନ୍ଷ୍ଟ୍ରକ୍ସନ୍ କାମ ଚାଲିଥିଲା। ଆଜି ସନ୍ଧ୍ୟା ବେଳେ ଏସି ଗ୍ୟାସ୍ ଫିଲିଂ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା। ଯେଉଁଥିପାଇଁ ନିଆଁ ବ୍ୟାପି ଯାଇଥିଲା। ମେଡ଼ିକାଲ୍ ପକ୍ଷରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା।
ଭୁବନେଶ୍ୱର: ଭୁବନେଶ୍ବର ପାଣ୍ଡରାସ୍ଥିତ ହାଇଟେକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲ ତୃତୀୟ ମହଲାରେ ଏସି ଗ୍ୟାସ୍ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୩ରୁ୪ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ନିଆଁ ଆୟତ୍ତରେ ଥିବା ମେଡ଼ିକାଲ୍ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି।
ମେଡ଼ିକାଲ୍ର ତୃତୀୟ ମହଲାରେ କନ୍ଷ୍ଟ୍ରକ୍ସନ୍ କାମ ଚାଲିଥିଲା। ଆଜି ସନ୍ଧ୍ୟା ବେଳେ ଏସି ଗ୍ୟାସ୍ ଫିଲିଂ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା। ଯେଉଁଥିପାଇଁ ନିଆଁ ବ୍ୟାପି ଯାଇଥିଲା। ମେଡ଼ିକାଲ୍ ପକ୍ଷରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଉଦ୍ଧାର କାର୍ଯ୍ୟ ବେଳେ ୩ରୁ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସେହି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଆହତମାନେ ହେଉଛନ୍ତି ମେଡ଼ିକାଲ୍ କର୍ମଚାରୀ।
ସନ୍ଧ୍ୟା ସମୟରେ ହସ୍ପିଟାଲର ତୃତୀୟ ମହଲାରେ ପ୍ରଚଣ୍ଡ ଶବ୍ଦ ସହ ଧୁଆଁମୟ ହୋଇଥିଲା ଏବଂ ନିଆଁ ଲାଗି ଯାଇଥିଲା। ଏହାପରେ ହସପିଟାଲ ବାହାରେ ଥିବା ସମ୍ପର୍କୀୟମାନେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଏବଂ ହସ୍ପିଟାଲ ଭିତରକୁ ପ୍ରବେଶ ପାଇଁ କାହାରିକୁ ଅନୁମତି ଦିଆଯାଉନାହିଁ।
ମେଡ଼ିକାଲ୍ ଲୋକ ସମ୍ପର୍କ ଅଧିକାରୀଙ୍କ କହିବା ଅନୁସାରେ ନିଆଁ ଆୟତ୍ତ କରାଯାଇଛି। ଉକ୍ତ ବିଲଡିଂର ଦ୍ୱିତୀୟ ମହଲାରେ ଚିକିତ୍ସିତ ହେଉଥିବା ରୋଗୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି। ରୋଗୀ ସେବା ପ୍ରଭାବିତ ହୋଇନାହିଁ।